ଝାରସୁଗୁଡ଼ା: ଜେଲ ସଂସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ କଏଦୀମାନଙ୍କୁ କରାଯାଉଛି ଆତ୍ମନିର୍ଭରଶୀଳ । ଏହି କ୍ରମରେ ଝାରସୁଗୁଡା ଜିଲ୍ଲା ଉପ କରାଗାରରେ ଥିବା କଏଦି ମାନଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ପଦକ୍ଷେପ ଗ୍ରହଣ କରାଯଇଛି l ଶୁକ୍ରବାର ଝାରସୁଗୁଡା ଉପ କରାଗାରରେ ଏଲଇଡି ବଲ୍ଵ ଏସେମ୍ବିଲିଙ୍ଗ ୟୁନିଟ ଏବଂ ଡିଟେରଜେଣ୍ଟ ପାଉଡ଼ର ତିଆରି ୟୁନିଟର ଉଦଘାଟନ କରାଯାଇଛି l
ଆତ୍ମନିର୍ଭରଶୀଳ ହେବେ କଏଦୀ: ଦିଆଯାଉଛି କମ୍ପ୍ୟୁଟର ଟ୍ରେନିଂ, ଶିଖୁଛନ୍ତି Spoken English - prisoners learning spoken English
ଜେଲ ସଂସ୍କାର କାର୍ଯ୍ୟକ୍ରମ ମାଧ୍ୟମରେ କଏଦୀମାନଙ୍କୁ କରାଯାଉଛି ଆତ୍ମନିର୍ଭରଶୀଳ । ଶୁକ୍ରବାର ଝାରସୁଗୁଡା ଉପ କରାଗାରରେ ଏଲଇଡି ବଲ୍ଵ ଏସେମ୍ବିଲିଙ୍ଗ ୟୁନିଟ ଏବଂ ଡିଟେରଜେଣ୍ଟ ପାଉଡ଼ର ତିଆରି ୟୁନିଟର ଉଦଘାଟନ କରାଯାଇଛି l ଅଧିକ ପଢନ୍ତୁ
ସମ୍ବଲପୁର ରେଞ୍ଜ ଜେଲ ଡିଆଇଜି ଅନସୂୟା ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି l ଉପକାରାଗାରରେ ଥିବା ଅନ୍ତେବାସୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ସେ କହିଛନ୍ତି। ଅନ୍ୟପଟେ ଆତ୍ମନିର୍ଭର ହୋଇ ସମାଜ ମୁଖ୍ୟସ୍ରୋତକୁ ଫେରିବା ପାଇଁ ଜେଲ ଅନ୍ତେବାସୀଙ୍କୁ ଏକ ସୁଯୋଗ ମିଳିଥିବାରୁ ଅନ୍ତେବାସୀମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି l ତେବେ, ଜେଲ ଅନ୍ତେବାସୀଙ୍କୁ ସପ୍ତାହରେ ତିନିଦିନ ସ୍ପୋକେନ ଇଂଲିଶ କ୍ଲାସ ଏବଂ ତିନି ଦିନ କମ୍ପୁଟର କ୍ଲାସ ମଧ୍ୟ ପ୍ରଦାନ କରାଯାଉଛି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ