ଓଡିଶା

odisha

By ETV Bharat Odisha Team

Published : Sep 16, 2023, 9:19 AM IST

ETV Bharat / state

ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା

ତିନି ଦଫା ଦାବି ନେଇ ବିଇଓଙ୍କ ଅଫିସ ଆଗରେ ଧାରଣା ଦେଲେ ଝାରସୁଗୁଡାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ । ଅଧିକ ପଢନ୍ତୁ

primary teachers protest
primary teachers protest

ଝାରସୁଗୁଡା: ରାଜ୍ୟ ସରକାରଙ୍କ ବିରୋଧରେ ତେଜୁଛି ସରକାରୀ କର୍ମଚାରୀଙ୍କ ସ୍ବର । ତିନି ଦଫା ଦାବି ନେଇ ବିଇଓଙ୍କ ଅଫିସ ଆଗରେ ଧାରଣା ଦେଲେ ଝାରସୁଗୁଡାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ । ତେବେ ତିନି ଦଫା ଦାବିକୁ ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବହୁବାର ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଆସିଛି । ହେଲେ ଦାବି ପୂରଣ କରିବା ନେଇ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଯାହାକୁ ନେଇ ସମସ୍ତ ବ୍ଲକ୍ ର ଶିକ୍ଷୟିତ୍ରୀ ଶିକ୍ଷକ ମାନେ ଏକଜୁଟ ହୋଇ ଦାବି ପୂରଣ ନିମନ୍ତେ ଧାରଣା ଦେଇଛନ୍ତି । ଏଥି ସହ ୩ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ପ୍ରାଥମିକ ଶିକ୍ଷକ ।

ଏହା ମଧ୍ୟ ପଢନ୍ତୁ - ରାଜ ରାସ୍ତାରେ ପ୍ରାଥମିକ ଶିକ୍ଷକ, କବିତା ମାଧ୍ୟମରେ ଦାବି ପୂରଣ ଲାଗି ନିବେଦନ କଲେ ବ୍ୟଙ୍ଗକବି

ଏହା ମଧ୍ୟ ପଢନ୍ତୁ - ଗର୍ଜିଲେ ହଜାର ହଜାର ପ୍ରାଥମିକ ଶିକ୍ଷକ, 3 ଦଫା ଦାବିରେ ଆନ୍ଦୋଳନ

ତିନି ଦଫା ଦାବି ଗୁଡିକ ହେଲା ଠିକା ନିଯୁକ୍ତି ବାତିଲ ସହ ଛଅ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ଇଂକ୍ରିମେଣ୍ଟ ଦେବା , ସେହିପରି ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରି କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଚାକିରୀ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବା । ଏଥିସହ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା । ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁନଃ ପୁରୁଣା ପେନସନ ଲାଗୁ କରିବା ଇତ୍ୟାଦି ଦାବି ଉପସ୍ଥାପନ କରାଯାଇଥିଲା ।

ତେବେ ଏହି ଗଣଧାରଣାରେ ଏୟୁଟିଏଫ୍ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଝାରସୁଗୁଡ଼ା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଚନ୍ଦ୍ରାଭାମା ଭୋଇ, ସମ୍ପାଦକ ଡମ୍ବରୁଧର ରାଓ, ଉପଦେଷ୍ଟା ରମାକାନ୍ତ ବିଶ୍ବାଳ, ଅକ୍ଷୟ ନାଏକ, ବାସୁଦେବ ପଟେଲ, କିରଣ ସାହୁ, ଗୋପାଳ ଗର୍ଡିଆ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ପ୍ରାଥମିକ ଶିକ୍ଷକଙ୍କ ଟାଳଟୁଳ ନୀତି ଉପରେ ଘୋର ନିନ୍ଦା କରିଥିଲେ । ତେବେ ୪୫୦ରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ଗଣଧାରଣାରେ ସାମିଲ ହୋଇଥିଲେ ।

ଦାବି ପୂରଣ ନେଇ ଏକ ଲକ୍ଷରୁ ଊର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶିକ୍ଷକ । ଶିକ୍ଷକ ଆନ୍ଦୋଳନକୁ ପାଠପଢାରେ ସମସ୍ୟା ଦେଖା ଦେଇଛି । ଏପରିକି ସରକାରଙ୍କ ତାଗିଦ୍‌ ସତ୍ତ୍ବେ ଆନ୍ଦୋଳନରୁ ଓହରି ନାହାନ୍ତି ଶିକ୍ଷକ । ଶିକ୍ଷକ ଆନ୍ଦୋଳନକୁ ବିରୋଧି ସମର୍ଥନ କରୁଥିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details