ଓଡିଶା

odisha

ETV Bharat / state

କୋରୋନା ସତର୍କତା ପାଇଁ ଝାରସୁଗୁଡା ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଝାରସୁଗୁଡା ଜିଲ୍ଲା ପ୍ରଶାସନ ଜନଗହଳିପୂର୍ଣ୍ଣ ସମ୍ଭାବନା ଥିବା ସ୍ଥାନକୁ ତୀକ୍ଷ୍ମଣ ନଜର ରଖିବା ସହ ଜିଲ୍ଲାର ସାପ୍ତାହିକ ହାଟ ବଜାରରେ ୧୪୪ ଧାରା ଜାରି କରାଯାଇଛି ।

press-meet-by-jharsuguda-collector-for-corona
କୋରୋନା ସତର୍କତା ପାଇଁ ଝାରସୁଗୁଡା ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

By

Published : Mar 17, 2020, 5:13 PM IST

ଝାରସୁଗୁଡ଼ା: କୋରୋନା ଭାଇରସ୍ ସତର୍କତା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ମଙ୍ଗଳବାର ଜିଲ୍ଲାପାଳ କାର୍ଯ୍ୟାଳୟର ଡିଏମଏଫ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

କୋରୋନା ସତର୍କତା ପାଇଁ ଝାରସୁଗୁଡା ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଝାରସୁଗୁଡା ଜିଲ୍ଲାରେ ହେବାକୁ ଥିବା ସମସ୍ତ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି । ଜିଲ୍ଲାର ବିଭିନ୍ନ ସାପ୍ତାହିକ ହାଟ ବଜାରରେ 144 ଧାରା ଲାଗୁ କରାଯାଇଛି । କୋରୋନା ଗାଇଡଲାଇନ ଅନୁଯାୟୀ କୌଣସି ଗୋଟିଏ ଜାଗାରେ 5ରୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ନ ହେବା ପାଇଁ ପରାମର୍ଶ ଦିଆଯାଇଛି ।

ସେହିଭଳି ଜିଲ୍ଲାର ପଞ୍ଚାୟତସ୍ତରରେ ଅଙ୍ଗନବାଡି କର୍ମୀଙ୍କ ଦ୍ବାରା ଲୋକଙ୍କୁ ସଚେତନ କରାଯିବ। ଏଥିସହିତ ଜିଲ୍ଲାର କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କୋରୋନା ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି । କୋରୋନା ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଆବଶ୍ୟକ ପଡିଲେ ସେମାନଙ୍କୁ ଗିରଫ କରାଯିବ ବୋଲି ଝାରସୁଗୁଡ଼ା ଏସପି ସୂଚନା ଦେଇଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details