ଝାରସୁଗୁଡା: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ ପ୍ରସ୍ତୁତି । ଗତ ୧୮ ତାରିଖରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଟେବୁଲ ଟପ୍ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି କନକତୋରା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀଠାରେ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି । ଜିରୋ କାଜୁଆଲିଟି ଉପରେ ଏହି କାର୍ଯ୍ୟକ୍ରମ ଫୋକସ କରାଯାଇଛି ।
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ମକ୍ ଡ୍ରିଲ୍
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ କନକତୋରା ବହୁମୁଖୀବନ୍ୟା ଆଶ୍ରୟସ୍ଥଳୀଠାରେ ମକ୍ ଡ୍ରିଲ୍ ଅନୁଷ୍ଠିତ । ଅଧିକ ପଢନ୍ତୁ
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ ମକ୍ ଡ୍ରିଲ୍
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ, ଓସଡମା ରାଜ୍ୟ ପର୍ଯ୍ୟବେକ୍ଷକ ସୁମନ୍ତ ପାଣ୍ଡେ, ଡିପିଓ ଓସଡମା ସୁଶାନ୍ତ କୁମାର ମିଶ୍ର, ଲଖନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ ପଟେଲ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅଗ୍ନିଶମ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଆଦି ଉପସ୍ଥିତ ଥିଲେ । ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଯନ୍ତ୍ରପାତିର ପ୍ରଦର୍ଶନ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଇଟିଭି ଭାରତ, ଝାରସୁଗୁଡା