ଓଡିଶା

odisha

By

Published : Nov 1, 2020, 8:42 PM IST

ETV Bharat / state

ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢ଼ାଉ, 11 ଗିରଫ

ଝାରସୁଗୁଡା ଜିଲ୍ଲା ସୀମାନ୍ତ ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢ଼ାଉ, 11 ଯୁଆଡି ଗିରଫ । ପଢନ୍ତୁ ଅଧିକ....

ଜୁଆ ଆଡ୍ଡାରେ ଅତର୍କିତ ଚଢ଼ାଉ, 11 ଗିରଫ
ଜୁଆ ଆଡ୍ଡାରେ ଅତର୍କିତ ଚଢ଼ାଉ, 11 ଗିରଫ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ସୀମାନ୍ତରେ ଚାଲିଥିବା ଜୁଆ ଆଡ୍ଡାରେ ଅତର୍କିତ ଚଢାଉ କରିଛି ରେଙ୍ଗାଲୀ ପୋଲିସ । ଏହି ଚଢାଉ ବେଳେ 19 ଜଣ ଜୁଆଡି ଧରାପଡିଥିବା ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତମାନେ ଓଡିଶା ଓ ଛତିଶଗଡର ବୋଲି ଜଣାପଡିଛି ।

ଜୁଆ ଆଡ୍ଡାରେ ଅତର୍କିତ ଚଢ଼ାଉ, 11 ଗିରଫ

ଗତରାତିରେ ରେଙ୍ଗାଲୀ ଥାନା ଅନ୍ତର୍ଗତ କନକତୋରା ଗାଁର ଏକ ଫାର୍ମରେ ଜୁଆ ଖେଳ ଚାଲିଥିବା ଖବର ପାଇ ଏସପି ରାହୁଲ ପିଆର ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେବା ପରେ ରେଙ୍ଗାଲୀ ଥାନା ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲ। । ଚଢ଼ାଉ ସମୟରେ ଛତିଶଗଡ଼ ରାଜ୍ୟର 4 ଜୁଆଡିଙ୍କ ସମେତ ମୋଟ 19 ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ନଗଦ 60 ହଜାର ଟଙ୍କା ସହ 5ଟି ବାଇକ ଓ 19ଟି ମୋବାଇଲ ଜବତ କରିଥିଲା ପୋଲିସ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ , ଇଟିଭି ଭାରତ

ABOUT THE AUTHOR

...view details