ଓଡିଶା

odisha

ETV Bharat / state

ଲାଞ୍ଚ ମାଗି ନିଲମ୍ବିତ ହେଲେ ପୋଲିସ ବାବୁ - police inspector suspended

ଲାଞ୍ଚ ମାଗିବା ଅଭିଯୋଗରେ ବନହରପାଲି ଥାନା ପୋଲିସ ଏଏସଆଇଙ୍କୁ ଚାକିରିରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗୁଡା ଏସପି ଅଶ୍ବନୀ ମହାନ୍ତି । ନିଲମ୍ବନ ହୋଇଥିବା ASI ହେଲେ ପରୀକ୍ଷିତ ସାହୁ ।

ଡିଜାଇନ ଫଟୋ

By

Published : Sep 29, 2019, 7:30 PM IST

ଝାରସୁଗୁଡା: ଲାଞ୍ଚ ମାଗି ନିଲମ୍ବିତ ହେଲେ ପୋଲିସ ବାବୁ । 'ମୋ ସରକାର' ଓ ସରକାରଙ୍କ 5-ଟି ଯୋଜନା ଲାଗୁ ହେବା ପୂର୍ବରୁ ହିଁ ଏହାର ଶିକାର ହେଲେ ଲାଞ୍ଚୁଆ ପୋଲିସ ବାବୁ । ଲାଞ୍ଚ ମାଗିବା ଅଭିଯୋଗରେ ବନହରପାଲି ଥାନା ପୋଲିସ ଏଏସଆଇଙ୍କୁ ଚାକିରୀରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗୁଡା ଏସପି ଅଶ୍ବନୀ ମହାନ୍ତି । ନିଲମ୍ବନ ହୋଇଥିବା ASI ହେଲେ ପରୀକ୍ଷିତ ସାହୁ ।

ଭିଡିଓ ସୌଝନ୍ୟ: ପ୍ରତିନିଧି, ଝାରସୁଗୁଡା

ଏକ ଜବତ ସ୍କାର୍ପ ବୋଝେଇ ଗାଡିକୁ ଛାଡ଼ିବା ପାଇଁ ପରକ୍ଷୀତ ଲାଞ୍ଚ ମାଗିଥିଲେ । ଯାହାର ଏକ ଭିଡିଓ ଭାଇରାଲ୍‌ ହେବା ପରେ ଏସପି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ଝାରସୁଗୁଡ଼ା ଏସପି ପରୀକ୍ଷିତଙ୍କୁ ନିଲମ୍ବିତ କରିଛନ୍ତି ।

ରବିବାର ଏସପି ଅଶ୍ବିନୀ ମହାନ୍ତି, ASIଙ୍କୁ ନିଳମ୍ବିତ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତା ଅକ୍ଟୋବର 2 ତାରିଖରୁ ଲାଗୁ ହେବାକୁ ଥିବା 'ମୋ ସରକାର' କାର୍ଯ୍ୟକ୍ରମରେ ଦୁର୍ନୀତିମୁକ୍ତ ଶାସନ ଓ ସେବା ପାଇଁ ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ତେଣୁ ମୋ ସରକାର ଯୋଜନାକୁ ସଫଳ କରିବା ପାଇଁ ଲାଞ୍ଚୁଆ ପୋଲିସ ବାବୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।


ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details