ଓଡିଶା

odisha

ETV Bharat / state

ପୋଲିସକୁ ଧମକ ଦେଇ ବାଲି ମାଫିଆ ଗିରଫ - ପୋଲିସ ସହାୟତାପରେ ତହସିଲଦାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଅଭିଯୁକ୍ତ ସୌରଭକୁ ଗିରଫ କରିଛନ୍ତି

ଶେଷରେ ଆକ୍ସନକୁ ଆସିଲା ପୋଲିସ । ବାଲି ମାଫିଆ ସୌରଭ ପଟେଲକୁ ଗିରଫ କରି କୋର୍ଟଚାଲାଣ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Sep 26, 2019, 7:29 PM IST

ଝାରସୁଗୁଡା: ପୋଲିସକୁ ଧମକ ଦେବା, ଲାଞ୍ଚ ଯାଚିବା ଓ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ଏବେ ବାଲି ମାଫିଆ ପାଇଁ ପଡିଛି ମହଙ୍ଗା ।

ଭିଡିଓ ସୌଜୱ୍ୟ: ପ୍ରତିନିଧି, ଝାରସୁଗୁଡା

ଘଟଣା ଅନୁସାରେ ଗତ ସୋମବାର ଦିନ ରାତିରେ ଏହି ଘଟଣାଟି ଝାରସୁଗୁଡାରେ ଘଟିଥିଲା । ଜଣେ ବାଲି ମାଫିଆ ପୋଲିସ ପ୍ରଶାସନକୁ ଖୋଲା ଧମକ ଦେଇ ନିଜେ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବାଲି ମାଫିଆଙ୍କ ଗାଡିକୁ ଅଟକା ଯିବାରୁ ଏଭଳି ଉତକ୍ଷିପ୍ତ ହୋଇ ଥିଲେ ଏହି ବାଲି ମାଫିଆ ଜଣଙ୍କ । ତେବେ ଘଟଣା ପ୍ରଘଟ ହେବାପରେ ଝାରସୁଗୁଡା ଆରକ୍ଷୀ ଅଧୀକ୍ଷକ ତଦନ୍ତ ନିର୍ଦେଶ ଦେବା ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ ।

ଆଜି ପୋଲିସ ଉକ୍ତ ବାଲି ମାଫିଆ ତଥା ଧମକ ଦେଇଥିବା ସୌରଭ ପଟେଲଙ୍କୁ ଗିରଫ କରିଛି । ପୋଲିସ ସହାୟତାପରେ ତହସିଲଦାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଅଭିଯୁକ୍ତ ସୌରଭକୁ ଗିରଫ କରିଛନ୍ତି । ଗିରଫ ପରେ ସୌରଭ କହିଛି ସେ ଜାଣିଶୁଣି ଏମିତି କାମ କରିନାହିଁ । ଭୁଲରେ ଏମିତି କରିଛି । ଏପରିକି ଆରକ୍ଷୀ ଅଧୀକ୍ଷକଙ୍କ ନାଁ ମଧ୍ୟ ତାଙ୍କୁ ଜଣା ନାହିଁ ବୋଲି କହିଛି ।

ଅନ୍ୟପଟେ ଅଭିଯୁକ୍ତ ବିରୋଧରେ ପୋଲିସ ଦଫା 465,469,292,294,506,332ଓ 334 କୋର୍ଟ ଚାଲାଣ କରିଛି ।

ଝାରସୁଗୁଡାରୁ ରବ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details