ଓଡିଶା

odisha

ETV Bharat / state

ବିମାନବନ୍ଦର ଭିତ୍ତିଭୂମି ବିକାଶ; କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଜନ ପ୍ରତିନିଧି - nfrastructure development at the airport

ରାଜ୍ୟର ଦ୍ଵିତୀୟ ବିମାନବନ୍ଦର ଝାରସୁଗୁଡା ଉଡାନ ଯୋଜନାରେ ଦେଶର ସର୍ବୋକୃଷ୍ଟ ବିମାନବନ୍ଦର ସ୍ଥାନ ପାଇଥିବାବେଳେ ଆଗାମୀ ଦିନରେ ଏହାର ଉନ୍ନତିକରଣ ପାଇଁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଭେଟି ଦାବି ଜଣାଇଛନ୍ତି ସ୍ଥାନୀୟ ଜନ ପ୍ରତିନିଧି । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଜନ ପ୍ରତିନିଧି
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଜନ ପ୍ରତିନିଧି

By

Published : Mar 24, 2021, 8:18 PM IST

ଝାରସୁଗୁଡା: ବିମାନବନ୍ଦର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଜନପ୍ରତିନିଧି । ରାଜ୍ୟର ଦ୍ଵିତୀୟ ବିମାନବନ୍ଦର ଝାରସୁଗୁଡା ଉଡାନ ଯୋଜନାରେ ଦେଶର ସର୍ବୋକୃଷ୍ଟ ବିମାନବନ୍ଦର ସ୍ଥାନ ପାଇଥିବାବେଳେ ଆଗାମୀ ଦିନରେ ଏହାର ଉନ୍ନତିକରଣ ପାଇଁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଭେଟି ଦାବି ଜଣାଇଛନ୍ତି ସ୍ଥାନୀୟ ଜନ ପ୍ରତିନିଧି ।

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଜନ ପ୍ରତିନିଧି

ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଝାରସୁଗୁଡ଼ା ସହ ଆକାଶ ପଥରେ ଯୋଡ଼ି ହେବ ଆଉ ଏକ ମେଟ୍ରୋ ସହର । ଝାରସୁଗୁଡ଼ା ବିମାନବନ୍ଦରରୁ ଆସନ୍ତା ୩୦ ତାରିଖରୁ ଚେନ୍ନାଇକୁ ବିମାନ ଉଡ଼ାଣ ଆରମ୍ଭ ହେବ । ଏହି ସେବା ଯୋଗାଇ ଦେବ ସ୍ପାଇସ ଜେଟ୍‌। ଏହି ସେବା ସପ୍ତାହରେ ୭ ଦିନ ଉପଲବ୍ଧ ହେବ। ଏଥିପାଇଁ ବୁକିଂ ଆରମ୍ଭ ହୋଇଛି। ଏନେଇ ଝାରସଗୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଜଣାଇଲେ ଦାବି

ତେବେ ବିମାନ ସେବା ଆରମ୍ଭ ଦ୍ୱାରା ଓଡ଼ିଶାର ଅର୍ଥନୀତି ବୃଦ୍ଧି କରିବ। ଏହି ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ସାହାଯ୍ୟ କରିବା ସହ ବିମାନ ବନ୍ଦରର ଉନ୍ନତିକରଣ ନେଇ ନିରନ୍ତର ଉଦ୍ୟମ ଜାରି ରହିଥିବା ବେଳେ ଖୁବଶୀଘ୍ର କାରଗୋ ସେବା ଆରମ୍ଭ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ।

ବିମାନବନ୍ଦର ଭିତ୍ତିଭୂମି ବିକାଶ

ଝାରସୁଗୁଡା ବିମାନବନ୍ଦର ଦେଶ ଓ ବିଦେଶରୁ ଓଡିଶାକୁ ଆସୁଥିବା ପ୍ରବାସୀମାନଙ୍କୁ ସିଧାସଳଖ ନିଜ ସହରକୁ ଯିବା ଆସିବା କରିବା ସମୟରେ ଆଉ ଦୀର୍ଘ ସମୟ ଖର୍ଚ୍ଚ କରିବାକୁ ପଡୁନାହିଁ । ଝାରସୁଗୁଡ଼ା ବିମାନବନ୍ଦରରୁ ୭ଟି ସହରକୁ ବିମାନ ଉଡ଼ାଣ କରୁଛି । ଭୁବନେଶ୍ୱର, ରାୟପୁର, କୋଲକାତା, ହାଇଦ୍ରାବାଦ ,ମୁମ୍ବାଇ, ବାଙ୍ଗାଲୋର ଦିଲ୍ଲୀକୁ ଝାରସୁଗୁଡ଼ାରୁ ବିମାନ ସେବା ମିଳୁଛି ।

ଅନ୍ୟପଟେ ଝାରସୁଗୁଡା ବିମାନ ବନ୍ଦର ଉନ୍ନତିକରଣ ପାଇଁ ନୂଆଦିଲ୍ଲୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଭେଟି ବିଭିନ୍ନ ଦାବି ଜଣାଇଛନ୍ତି ସ୍ଥାନୀୟ ଜନ ପ୍ରତିନିଧି । ଦେଶର ବ୍ୟାବସାୟିକ ରାଜଧାନୀ ମୁମ୍ବାଇ ଏବଂ ଆଇଟି ହବ ବାଙ୍ଗାଲୋର ସହିତ ବିଭିନ୍ନ ମେଟ୍ରୋ ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନସେବା ଦ୍ୱାରା ଏହା ଅଞ୍ଚଳବାସୀଙ୍କୁ ଅଧିକ ଲାଭ ଦେବ ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି ।

କୋଭିଡ ପରିସ୍ଥିତି ସତ୍ତ୍ୱେ ଝାରସୁଗୁଡା ବିମାନବନ୍ଦର ଯାତ୍ରୀ ସେବା ଧିରେଧିରେ ଗତିଶୀଳ ହେବାରେ ଲାଗିଛି । ଏହି ବିମାନବନ୍ଦରରୁ ଭବିଷ୍ୟତରେ ଅଧିକ ମହାନଗରମାନଙ୍କୁ ବିମାନ ଚଳାଚଳ ପାଇଁ ଯୋଜନା କରାଯାଇ ଥିବାବେଳେ ବିମାନବନ୍ଦର ଅଞ୍ଚଳର ଉନ୍ନତିରେ ଆଗକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details