ଓଡିଶା

odisha

By ETV Bharat Odisha Team

Published : Oct 18, 2023, 8:42 PM IST

ETV Bharat / state

ରାସ୍ତା ସମସ୍ୟା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

ଝାରସୁଗୁଡ଼ା ସହରାଞ୍ଚଳ OMP ଛକ ଠାରୁ ବନ୍ଧରପଡ଼ା ମଧ୍ୟରେ ୧୨ ଘଣ୍ଟିଆ ଚକାବନ୍ଦ ଆନ୍ଦୋଳନ । ରାସ୍ତା ସମସ୍ୟାକୁ ନେଇ ତାତିଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ରାସ୍ତା ସମସ୍ୟା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ
ରାସ୍ତା ସମସ୍ୟା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

ରାସ୍ତା ସମସ୍ୟା ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

ଝାରସୁଗୁଡ଼ା: ସହରାଞ୍ଚଳ OMP ଛକ ଠାରୁ ବନ୍ଧରପଡ଼ା ମଧ୍ୟରେ ଚକାବନ୍ଦ ଆନ୍ଦୋଳନ । ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟକୁ ନେଇ ଅଜି ଏହି ଚକାବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । OMP ଛକ ଠାରୁ ବନ୍ଧରପଡ଼ା ମଧ୍ୟରେ ସମ୍ପୂର୍ଣ୍ଣ ଗାଡି ଚାଳାଚଳ ବନ୍ଦ ଥିବା ଦେଖିବାକୁ ମିଳିଥିଲା । OMP ଛକଠାରୁ ନୂତନ ଷ୍ଟାଡିୟମ ଓ ବନ୍ଧରପଡ଼ାକୁ ଯାଇଥିବା ରାସ୍ତାରେ ଅତ୍ୟଧିକ ପ୍ରଦୂଷଣ ଓ ରାସ୍ତା ଖରାପ ଯୋଗୁଁ ସ୍ଥାନୀୟ ଜନସାଧାରଣ ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ସେଥିପାଇଁ ଆଜି ସ୍ଥାନୀୟ ଜନସାଧାରଣ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ ।

ସୂଚନା ଅନୁଯାୟୀ ଆଜି (ବୁଧବାର) ଝାରସୁଗୁଡା OMP ଛକ ଠାରୁ ବନ୍ଧରପଡ଼ା ମଧ୍ୟରେ ୧୨ ଘଣ୍ଟିଆ ଚକାବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିଲା । OMP ଛକ ଠାରୁ ଇକୋ ପାର୍କ ପର୍ଯ୍ୟନ୍ତ ୧.୫ କିମି ପ୍ରାୟ ୭ କୋଟି ବ୍ୟୟ ଅଟକଳରେ ରାସ୍ତାଟି ନିର୍ମାଣ ହୋଇଥିଲା କିନ୍ତୁ ଗାଡି ଚାଲିବାର ମାତ୍ର ୩ଦିନ ମଧ୍ୟରେ ରାସ୍ତାଟି ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଏହା ନେଇ ବୁଦ୍ଧିଜୀବୀ ଓ ଝାରସୁଗୁଡ଼ା ବାସୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ରାସ୍ତାଟି କେବଳ ୪ ଚକିଆ ଯାନ ପରିବହନ ପାଇଁ ତିଆରି କରାଯାଇଥିଲା କିନ୍ତୁ ତରବରିଆ ଭାବେ ଏହି ରାସ୍ତା ଉପରେ ଭାରିଯାନ ଯଥା ଟ୍ରକ୍, ଟ୍ରେଲର, HYWA ଆଦି ଚଳାଚଳ କରିବା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା । କିନ୍ତୁ ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଚି ହୋଇଛି ,ଏହା ଯଦି ରାସ୍ତାଟି ୪ ଚକିଆ ଯାନ ପରିବହନ ନିମନ୍ତେ ତିଆରି ହୋଇଥିଲା କିଭଳି ଭାବେ ଭାରି ଯାନ ଚଳା ଚଳ ନିମନ୍ତେ ଅନୁମତି ମିଳିଥିଲା, କିଏ ଅନୁମତି ଦେଇଥିଲା ଏବଂ ଏଥିରେ ଯେଉଁ ସରକାରୀ ରାଜସ୍ୱର କ୍ଷତି ହୋଇଛି ତାହା ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଜନସାଧାରଣ ।

ଏହା ମଧ୍ୟ ପଢନ୍ତୁ ....ସମସ୍ୟା ଘେରରେ ଓଡିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ

ବର୍ତ୍ତମାନ ରାସ୍ତାର ପରିସ୍ଥିତି ଏଭଳି ହୋଇଛି ଯେ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ରାସ୍ତାରେ ଆସ ପଡ଼ିଥିବାରୁ ଗାଡି ଚଳାଚଳ ବେଳେ ପ୍ରଦୂଷଣ ଯୋଗୁଁ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ । ତେଣୁ ଯଥାଶୀଘ୍ର ରାସ୍ତାର ମରାମତି ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିକରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଲୋକେ । ଯଦି ଶୀଘ୍ର ଏହାର ସମାଧାନ କରା ନଯାଏ, ତାହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ,ଝାରସୁଗୁଡ଼ା

ABOUT THE AUTHOR

...view details