ଓଡିଶା

odisha

ETV Bharat / state

କୋଇଲା ଖଣି ଘରୋଇକରଣକୁ ବିରୋଧ, ଏକାଠି ହେଲେ ଶ୍ରମିକ ୟୁନିୟନ - କୁଡ଼ାଲୋଇ (ଏ) ନର୍ଥ କୋଲ ବ୍ଲକ

କୋଇଲା ସେକ୍ଟରରେ କମର୍ସିଆଲ ମାଇନିଂ ଅନୁମତିକୁ ବିରୋଧ କରି କୋଲ ଇଣ୍ଡିଆ ଶ୍ରମିକଙ୍କ ଧର୍ମଘଟ ଡାକରା । କୋଇଲା ଖଣିର ଘରୋଇକରଣ, କୋଲ ବ୍ଲକ ନିଲାମ ପ୍ରକ୍ରିୟା ଓ ଶ୍ରମ ଆଇନ ସଂଶୋଧନ ପ୍ରତିବାଦରେ ଶ୍ରମିକ ସଂଗଠନ ସ୍ବର ଉତ୍ତୋଳନ କରିବାକୁ ଆରମ୍ଭ କରିଛି । କେନ୍ଦ୍ର କୋଇଲା ଖଣିର ପାଞ୍ଚୋଟି ଟ୍ରେଡ଼ ୟୁନିୟନ ମିଳିତ ଭାବେ ଏହି ଧର୍ମଘଟ ଡାକରା ଦେଇଛନ୍ତି । ଅଧିକ ପଢନ୍ତୁ...

କୋଇଲା ଖଣି ଘରୋଇକରଣକୁ ବିରୋଧ, ଏକାଠି ହେଲେ ଶ୍ରମିକ ୟୁନିୟନ
କୋଇଲା ଖଣି ଘରୋଇକରଣକୁ ବିରୋଧ, ଏକାଠି ହେଲେ ଶ୍ରମିକ ୟୁନିୟନ

By

Published : Aug 13, 2020, 3:36 PM IST

ଝାରସୁଗୁଡ଼ା: କୋଇଲା ସେକ୍ଟରରେ କମର୍ସିଆଲ ମାଇନିଂ ଅନୁମତିକୁ ବିରୋଧ କରି କୋଲ ଇଣ୍ଡିଆ ଶ୍ରମିକଙ୍କ ଧର୍ମଘଟ ଡାକରା । କୋଇଲା ଖଣିର ଘରୋଇକରଣ, କୋଲ ବ୍ଲକ ନିଲାମ ପ୍ରକ୍ରିୟା ଓ ଶ୍ରମ ଆଇନ ସଂଶୋଧନ ପ୍ରତିବାଦରେ ଶ୍ରମିକ ସଂଗଠନ ସ୍ବର ଉତ୍ତୋଳନ କରିବାକୁ ଆରମ୍ଭ କରିଛି । କେନ୍ଦ୍ର କୋଇଲା ଖଣିର ପାଞ୍ଚୋଟି ଟ୍ରେଡ଼ ୟୁନିୟନ ମିଳିତ ଭାବେ ଏହି ଧର୍ମଘଟ ଡାକରା ଦେଇଛନ୍ତି । ବିଶେଷ କରି କୋଇଲା ଖଣି କ୍ଷେତ୍ରରେ ଏହି ଧର୍ମଘଟର ପ୍ରଭାବ ପଡିବାର ସମ୍ଭାବନା ରହିଛି ।

କୋଇଲା ଖଣି ଘରୋଇକରଣକୁ ବିରୋଧ, ଏକାଠି ହେଲେ ଶ୍ରମିକ ୟୁନିୟନ

ଚଳିତ ବର୍ଷ ଦେଶର 41ଟି କୋଇଲା ଖଣି ନିଲାମ ହେବାକୁ ଥିବାବେଳେ ଏଥିରେ ଓଡିଶାର 9ଟି କୋଇଲା ଖଣି ରହିଛି । କୋଇଲା କ୍ଷେତ୍ରରେ କମର୍ସିଆଲ ମାଇନିଂ ପ୍ରକ୍ରିୟା କରାଯିବ । ଘରୋଇ ତଥା ବିଦେଶୀ କମ୍ପାନୀମାନଙ୍କୁ ଏହି ନିଲାମରେ ଭାଗ ନେବାକୁ ସୁଯୋଗ ଦିଆଯିବ । ହେଲେ ନିଲାମ ପୂର୍ବରୁ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କୁଡ଼ାଲୋଇ (ଏ) ନର୍ଥ କୋଲ ବ୍ଲକର ପ୍ରସ୍ତାବିତ ଅଞ୍ଚଳରେ ଖଣି ନିଲାମକୁ ବିରୋଧ କରିଛନ୍ତି ସାଧାରଣ ଲୋକେ ଓ କୋଇଲା ଖଣି ଶ୍ରମିକ ସଂଗଠନ ।

କୁଡ଼ାଲୋଇ (ଏ) ନର୍ଥ କୋଲ ବ୍ଲକର ପରିସୀମା ରହିଛି ୯.୬୩ ବର୍ଗ କିଲୋମିଟର । ଏଥିରେ ପିପିଲିମାଲ, ଖଡ଼ିଆପଡ଼ା, ଜୟବୁଡ଼ିଆ, ନୂଆପଡ଼ା, ମହୁଲଟିକ୍ରା, ବଞ୍ଜାରି ଭଳି ବିଭିନ୍ନ ଛୋଟବଡ଼ ଗ୍ରାମ ରହିଛି । କୋଇଲା ଖଣି ହେଲେ ଗ୍ରାମ ଗୁଡ଼ିକର ଶହ ଶହ ପରିବାର ବିଶେଷ ଭାବରେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହେବେ । କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଅନେକ ଗରିବ ଆଦିବାସୀ, ହରିଜନ ଓ ଅନ୍ୟାନ୍ୟ ସମ୍ପ୍ରଦାୟର ପରିବାର ଚାଷ ଓ ଜଙ୍ଗଲ ଜାତୀୟ ଦ୍ରବ୍ୟ ପାଇବାରୁ ବଞ୍ଚିତ ହେବେ । ଫଳରେ ଏହା ଉପରେ ନିର୍ଭର କରୁଥିବା ପରିବାର ଗୁଡିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ଅନ୍ୟପକ୍ଷରେ ଘରୋଇ କମ୍ପାନୀ ହାତକୁ ଯାଉଥିବାକୁି ଅନେକ ଲୋକ ଶ୍ରମ ଲାଭରୁ ବଞ୍ଚିତ ହେବେ ।

କୋଇଲା ଖଣି ଘରୋଇକରଣକୁ ବିରୋଧ, ଏକାଠି ହେଲେ ଶ୍ରମିକ ୟୁନିୟନ

ଏହି ଅଞ୍ଚଳର କିଛି ଗ୍ରାମ ଗୁଡ଼ିକରେ ବାସବାସ କରୁଥିବା ଅନେକ ପରିବାର ପୂର୍ବରୁ ହୀରାକୁଦ ନଦୀବନ୍ଧ ଯୋଜନା ଯୋଗୁ ବିସ୍ଥାପିତ ହୋଇଛନ୍ତି । ଝାରସୁଗୁଡା ଲଖନପୁର ଅଂଚଳରେ ମହାନଦୀ କୋଲ ଫିଲ୍ଡ ଲିମିଟେଡ (ଏମସିଏଲ) ଦ୍ୱାରା ଖୋଲା ମୁହଁ କୋଇଲା ଖଣି ବିଗତ ୧୯୮୨ ମସିହାରୁ ପରିଚାଳିତ ହୋଇଛି । ଏହା ସହ ଏମସିଏଲ ପ୍ରଭାବିତ ଓ କ୍ଷତିଗ୍ରସ୍ତ ଗାଁ ଗୁଡ଼ିକ ଖଣି ଅଂଚଳରୁ ମାତ୍ର କିଛି ଦୂରରେ ରହିଛନ୍ତି ।

କୋଇଲା ଖଣି ଘରୋଇକରଣକୁ ବିରୋଧ, ଏକାଠି ହେଲେ ଶ୍ରମିକ ୟୁନିୟନ

ପ୍ରତିଦିନ କୋଇଲା ଗୁଣ୍ଡରେ ବ୍ୟାପକ ପ୍ରଦୂଷଣ ସାଙ୍ଗକୁ ପ୍ରତିଦିନ ଏକାଧିକ ଭାରୀ ମାତ୍ରାର ବ୍ଲାଷ୍ଟିଙ୍ଗ ପାଇଁ ଲୋକେ ସବୁବେଳେ ଆତଙ୍କିତ ସହିତ ବିପଦରେ ଦିନ କାଟୁଛନ୍ତି । ଏହା ସତ୍ତ୍ୱେ କେନ୍ଦ୍ର ସରକାର ପୁଣି ଲଖନପୁର ଅଂଚଳରେ କୋଲ ବ୍ଲକ ଚିହ୍ନଟ କରି ଘରୋଇ କମ୍ପାନୀକୁ ଟେକି ଦେଉଛନ୍ତି । ଏହି ଘରୋଇ କମ୍ପାନୀଗୁଡିକ ଏଠାରେ ଖଣି ଖନନ ବଦଳରେ ସ୍ଥାନୀୟ ଲୋକଙ୍କ ଘରଦ୍ୱାର ଓ ଜମିବାଡି ପରିବର୍ତ୍ତେ କେବଳ କିଛି ଟଙ୍କା ପ୍ରଦାନ କରିବେ । ହେଲେ କମ୍ପାନୀ ଦେଇଥିବା ଟଙ୍କା ତାଙ୍କ ପରିବାର ପ୍ରତିପୋଷଣ ପାଇଁ ସମ୍ଭବ ନୁହେଁ । ସେଥିପାଇଁ କୁଡାଲୋଇ (ଏ) ନର୍ଥ ଅଂଚଳର କୋଲ ବ୍ଲକ ନିଲାମୀର ନିଷ୍ପତ୍ତିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ସ୍ଥାନୀୟ ଲୋକେ ଓ କୋଇଲା ଖଣିର ପାଞ୍ଚୋଟି ଟ୍ରେଡ଼ ୟୁନିୟନ ମିଳିତ ଭାବେ ବିରୋଧ ଦାବି କରିବା ସହିତ କୁଡାଲୋଇ (ଏ) ନର୍ଥ ଅଞ୍ଚଳରେ କୋଲ ବ୍ଲକ ନିଲାମ ନିଷ୍ପତ୍ତିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏହା ସହ ଖଣଇର ଘରୋଇକରଣକୁ ବିରୋଧ କରାଯାଇଛି ।

ଏପରିକି ବର୍ତ୍ତମାନ ସମୟରେ କୋଇଲା ଖନନ କରୁଥିବା ଏମସିଏଲ ଖଣି କମ୍ପାନୀ କୋଲ ଇଣ୍ଡିଆ ପାଇଁ ବିଗତ ବର୍ଷରେ ଏକ ଲାଭଦାୟକ କମ୍ପାନୀ ହୋଇଥିବାରୁ ଏମସିଏଲ ଅଧିନରେ ପ୍ରସ୍ତାବିତ ଖଣିର ପରିଚାଳନା କରିବାକୁ ମଧ୍ୟ ଦାବି କରାଯାଉଛି ।

କେନ୍ଦ୍ର କୋଇଲା ଖଣିର ପାଞ୍ଚୋଟି ଟ୍ରେଡ଼ ୟୁନିୟନ ମିଳିତ ଭାବେ ଏହି ଧର୍ମଘଟ ଡାକରା ମୁଖ୍ୟ ଦାବି ଗୁଡିକ ହେଲା :

  • ଅଗଷ୍ଟ 18ରେ ହେବାକୁ ଥିବା କୋଇଲା ମନ୍ତ୍ରଣାଳୟ ଦ୍ୱାରା 41ଟି କୋଇଲା ବ୍ଲକର ନିଲାମ ରୋକିବା
  • କମର୍ସିଆଲ ମାଇନିଂ ଅନୁମତିକୁ ବନ୍ଦ କରିବା
  • ଶ୍ରମିକ ନିୟମରେ ପରିବର୍ତ୍ତନ ବନ୍ଦ କରିବା
  • HPC ଅନୁଯାୟୀ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ଦରମା ଭତ୍ତା ଦେବା ସହିତ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା
  • କୋଇଲା ଇଣ୍ଡିଆରୁ CMPDILକୁ ପୃଥକ କରିବାକୁ ଷଡଯନ୍ତ୍ର ବନ୍ଦ କରାଯାଉ
  • ଚିକିତ୍ସା ଅନୁକମ୍ପା ସହ ଜମି ବଦଳରେ ଚାକିରି ଦେବା ଷଡଯନ୍ତ୍ର ବନ୍ଦ କରିବା
  • କୋଇଲା ଇଣ୍ଡିଆର ଅଧିକାରୀଙ୍କ ଦ୍ୱାରା ଶ୍ରମିକମାନଙ୍କ ଉପରେ ଅତ୍ୟାଧିକ ଭାବେ ଚାପ ଏବଂ ଅତ୍ୟାଚାର ବନ୍ଦ କରିବା

ଏସବୁ ଦାବି ପୂରଣ କରିବା ପାଇଁ ଆସନ୍ତା ଅଗଷ୍ଟ 18 ତାରିଖରେ ଦିନିକିଆ କେନ୍ଦ୍ର କୋଇଲା ଖଣିର ପାଞ୍ଚୋଟି ଟ୍ରେଡ଼ ୟୁନିୟନ ମିଳିତ ଭାବେ ଏହି ଧର୍ମଘଟ ଡାକରା ଦେଇଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details