ଓଡିଶା

odisha

ETV Bharat / state

ଖରାରେ ଖରଡ଼ି ହେଉଛି ଝାରସୁଗୁଡ଼ାବାସୀ, କେବେ ମିଳିବ ନିସ୍ତାର ? - ତତଲା କଢେଇରେ ସିଝୁଛି ଝାରସୁଗୁଡା

ତତଲା କଢେଇରେ ସିଝୁଛି ଝାରସୁଗୁଡା ସହର । ପାରଦ ପ୍ରତିଦିନ ୪୩ ଡିଗ୍ରୀରୁ ଉର୍ଦ୍ଧ୍ବ ଥିବା ବେଳେ ସନ୍ତୁଳି ହେଉଛନ୍ତି ଝାରସୁଗୁଡାବାସୀ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 18, 2023, 5:47 PM IST

ତତଲା କଢେଇରେ ସିଝୁଛି ଝାରସୁଗୁଡା ସହର

ଝାରସୁଗୁଡ଼ା : କଲବଳ କରୁଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଖରା ଯୋଗୁଁ ରାଜ୍ୟରେ ଅଘୋଷିତ କର୍ଫ୍ୟୁ ଜାରି ହୋଇଥିବା ମନେ ହେଉଛି । ସକାଳ ୭ଟାରୁ ଖରାର ଦାଉ ଦେଖିବାକୁ ମିଳୁଛି । ତେବେ ଚଳିତ ବର୍ଷ ଝାରସୁଗୁଡ଼ା ଜିଲ୍ଲା ସବୁଠାରୁ ଉତ୍ତପ୍ତ ସହର ମଧ୍ୟରେ ରହିଛି । ବିଗତ କିଛି ଦିନ ଧରି ଗରମରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ମଧ୍ୟରେ ସ୍ଥିର ରହିଛି ଝାରସୁଗୁଡା । ଗତକାଲି ଝାରସୁଗୁଡ଼ାରେ ପାରଦ ୪୩ ଡିଗ୍ରୀରୁ ଉର୍ଦ୍ଧ୍ବ ରହିଥିଲା । ଆଜି ପାରଦ ପୁଣି ୪୨ଡିଗ୍ରୀରୁ ଉର୍ଦ୍ଧ୍ବ ରହିଥିବା କହିଛି ପାଣିପାଗ ବିଭାଗ ।

ସହରବାସୀ ଅଭିଯୋଗ ଅନୁଯାୟୀ, ଶିଳ୍ପ ନଗରୀ ଝାରସୁଗୁଡ଼ାର ଚାରିଆଡ଼େ ରହିଛି ଶିଳ୍ପ ସଂସ୍ଥା , ପ୍ରଦୂଷଣ ବୃଦ୍ଧି ସାଙ୍ଗକୁ ଗଛକଟା ଭଳି ସମସ୍ୟା ଯୋଗୁଁ ଝାରସୁଗୁଡ଼ାରେ ଗରମ ଦିନକୁ ଦିନ ବଢ଼ିବାରେ ଲାଗିଥିବା ସହରବାସୀ ଅଭିଯୋଗ କରିଛନ୍ତି । ପ୍ରଚଣ୍ଡ ଖରା କାରଣରୁ କାମ ମାନ୍ଦା ଚାଲିଛି। କୁଲର, ଏସି ମଧ୍ୟ କାମ ଦେଉନି । ଦିନ ମଜୁରିଆଙ୍କ ଅବସ୍ଥା ନକହିବା ଭଲ । ନିୟମ ଅନୁଯାୟୀ ଜିଲ୍ଲାରେ ଯେତିକି ପରିମାଣରେ ଗଛ ରହିବା କଥା ତାହାର ଏକ ତୃତୀୟାଂଶ ରହିଛି । ନା ଜିଲ୍ଲା ପ୍ରଶାସନ ନା ସରକାର କୌଣସି ନବୀକରଣ ଯୋଜନା କରୁଛନ୍ତି । ଫଳରେ ଜିଲ୍ଲାରେ ଉତ୍ତାପ ବଢିବାରେ ଲାଗିଛି । ଜୁନ୍‌ ମଧ୍ୟ ଭାଗକୁ ପ୍ରବେଶ କରିବା ପରେ ମଧ୍ୟ ଗରମ କମିବାର ନା ନେଉନି । ପାରଦ ପ୍ରତିଦିନ ୪୩ ଡିଗ୍ରୀରୁ ଊର୍ଦ୍ଧ୍ବ ରହୁଛି । ଲୋକେ ଗରମରୁ ରକ୍ଷା ପାଇବା ଟିକିଏ ତ୍ରାହି ପାଇବା ପାଇଁ ଆମ୍ବରସ, ଲସି, ଆଖୁରସ ଦୋକାନରେ ଭିଡ଼ କରୁଛନ୍ତି ।

ଅନ୍ୟପଟେ ରାଜ୍ୟରେ ଅସହ୍ୟ ଗରମ କାରଣରୁ ଅଂଶୁଘାତଜିନିତ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଏକ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଏହା ପ୍ରକାଶ ପାଇଛି ଯେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲାରୁ ଏପର୍ଯ୍ୟନ୍ତ ଜଣଙ୍କ ମୃତ୍ୟୁ ସୁନିଶ୍ଚିତ ହୋଇଛି ପାରିଛି । ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ଅବଶିଷ୍ଟ ମାମଲା ଯାଞ୍ଚ କରୁଛନ୍ତି । ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ହିଟ୍ ଓ୍ବେଭ ଯୋଗୁଁ ଶୋକସନ୍ତପ୍ତ ପରିବାରକୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ଗ୍ରୀଷ୍ମ ପ୍ରବାହକୁ ଦେଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details