ଓଡିଶା

odisha

ETV Bharat / state

ବେଦାନ୍ତ କମ୍ପାନୀରୁ ନିର୍ଗତ ଧୂଆଁ ଓ ପାଉଁଶରେ ଅତିଷ୍ଠ ଲୋକେ, ଜିଲ୍ଲାପାଳଙ୍କୁ ଦାବିପତ୍ର - ବେଦାନ୍ତ କମ୍ପାନୀ ବିରୋଧରେ ଅଭିଯୋଗ

ବେଦାନ୍ତ କମ୍ପାନୀରୁ ନିର୍ଗତ ଧୂଆଁ ଓ ପାଉଁଶରେ ଅତିଷ୍ଠ ଲୋକେ । ଚାଷ ଜମି ସହିତ ପାନୀୟ ଜଳ ଓ ନିତ୍ୟ ବ୍ୟବହାର ଜଳରେ ପାଉଁଶ ପଡ଼ିବା ଫଳରେ ଲୋକମାନେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ଝାରସୁଗୁଡ଼ା ବ୍ଳକର କୁରେଇବଗା ଓ ଚିଠୁଆପଡ଼ାର ବାସିନ୍ଦା । ଅଧିକ ପଢ଼ନ୍ତୁ

ବେଦାନ୍ତ କମ୍ପାନୀରୁ ନିର୍ଗତ ଧୂଆଁ ଓ ପାଉଁଶରେ ଅତିଷ୍ଠ ଲୋକେ, ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର
ବେଦାନ୍ତ କମ୍ପାନୀରୁ ନିର୍ଗତ ଧୂଆଁ ଓ ପାଉଁଶରେ ଅତିଷ୍ଠ ଲୋକେ, ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

By

Published : Jun 18, 2022, 9:01 AM IST

ଝାରସୁଗୁଡ଼ା: ବ୍ଳକର କୁରେଇବଗା ଓ ଚିଠୁଆପଡ଼ାସ୍ଥିତ ଜଙ୍ଗଲ ଓ ସ୍ଥାନୀୟ ଚାଷ ଜମିରେ ବେଦାନ୍ତ କମ୍ପାନୀରୁ ନିର୍ଗତ ହେଉଥିବା ପାଉଁଶ ପଡୁଛି । ଏହା ସହିତ ପାନୀୟ ଜଳ ଓ ନିତ୍ୟ ବ୍ୟବହାର ଜଳରେ ପଡି ପାଣିକୁ ଦୂଷିତ କରିବା ସହ ଲୋକମାନେ ବିଭିନ୍ନ ପ୍ରକାରର ଚର୍ମ ରୋଗରେ ପୀଡ଼ିତ ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବେଦାନ୍ତ କମ୍ପାନୀରୁ ନିର୍ଗତ ଧୂଆଁ ଯୋଗୁଁ ଝାରସୁଗୁଡ଼ା ବ୍ଳକର କୁରେଇବଗା ଓ ଚିଠୁଆପଡ଼ାର ବାସିନ୍ଦା ବହୁତ ହଇରାଣର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି ।

ବେଦାନ୍ତ କମ୍ପାନୀରୁ ନିର୍ଗତ ଧୂଆଁ ଓ ପାଉଁଶରେ ଅତିଷ୍ଠ ଲୋକେ, ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ଚାଷ ଜମିରେ ପାଉଁଶ ପଡ଼ିବା ସହିତ ପାନୀୟ ଜଳ ଓ ନିତ୍ୟ ବ୍ୟବହାର ଜଳରେ ପଡ଼ିବା ଫଳରେ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଥିବାରୁ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details