ଝାରସୁଗୁଡା: କାର୍ଯ୍ୟରେ ଯୋଗ ଦେଲେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ପବନ କୁମାର ଯୋତଶୀ । ପୂର୍ବରୁ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିବା କିଶୋର ସେନାପତିଙ୍କ ଦିଲ୍ଲୀ ବଦଳି ହେବା ପରେ ପବନ ଯୋତଶୀ ଆଜି(ବୁଧବାର) ଦାୟିତ୍ବ ଗ୍ରହଣ କରିଛନ୍ତି ।
ଦାୟିତ୍ବ ଗ୍ରହଣ କରିବା ପରେ ଖୁସିବ୍ୟକ୍ତ କରିଛନ୍ତି ପବନ ଯୋତଶୀ । ଝାରସୁଗୁଡାରେ ତାଙ୍କର ପୋଷ୍ଟିଂ ଖବର ଶୁଣି ସହକର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ଯୋଗ ଦେବା ପରେ ସେ ଝାରସୁଗୁ଼ଡା ଲୋକଙ୍କୁ ପ୍ରଶଂସା କରିଛନ୍ତି । ଏହା ସହିତ ଝାରସୁଗୁ଼ଡା ଏକ ଭଲ ସ୍ଥାନ ବୋଲି କହିଛନ୍ତି । ତାଙ୍କ ଦ୍ବାରା ଯେତେ ସମ୍ଭବ ସେ ବିମାନବନ୍ଦରର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ନିର୍ଦ୍ଦେଶକ ପବନ କୁମାର ଯୋତଶୀ ।