ଓଡିଶା

odisha

ETV Bharat / state

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ - ଲଇକେରା ବ୍ଲକ

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Sep 11, 2019, 10:42 PM IST


ଝାରସୁଗୁଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତାଙ୍କୁ ଡାକ୍ତରଖାନାକୁ ଆଣିବାର ଦୀର୍ଘ ସମୟ ପରେ ଚିକିତ୍ସା ଆରମ୍ଭ କରାଯାଇଥିବା ପରିବାର ଲୋକେ କହିଛନ୍ତି ।

ଜିଲ୍ଲାର ଲାଇକେରା ବ୍ଲକ ଖୁଣ୍ଟମାଲ ପଞ୍ଚାୟତ ଅନ୍ତର୍ଗତ ଜାଲିମାଲ ଗ୍ରାମର କ୍ଷେତ୍ରମଣି କୁସୁମ ବୁଧବାର ସକାଳେ ବିଷ ପିଇ ଦେଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । କ୍ଷେତ୍ରମଣିଙ୍କୁ ଚିକିତ୍ସାଳୟକୁ ଆଣିଲା ପରେ ଚିକିତ୍ସାଳୟ କର୍ତ୍ତୃପକ୍ଷ ତାଙ୍କର ଚିକିତ୍ସା ନ କରି ଭିନ୍ନ ଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ପ୍ରାୟ ୧ ଘଣ୍ଟା ବିଳମ୍ବରେ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସେତେବେଳକୁ କ୍ଷେତ୍ରମଣି ପ୍ରାଣ ହରାଇଥିବା ତାଙ୍କ ଭାଇ ପ୍ରକାଶ କରିଛନ୍ତି। ଏପରିକି ତାଙ୍କ ମୃତ୍ୟୁପରେ କଣ ପାଇଁ ସାଲାଇନ ଦିଆଯାଉଛି ବୋଲି ଭାଇ ପ୍ରଶ୍ନ କରିବା ସହ ଭିଡିଓ ଉତ୍ତୋଳନ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପକ୍ଷରେ ଏଡିଏମଓ ଡ. ପଟେଲ କହିଛନ୍ତି ତାଙ୍କୁ ଚିକିତ୍ସାଳୟ ଆଣିଲା ସମୟରେ ତାଙ୍କ ଛାତିରେ ପାଣି ଜମି ରହିବା ସହ ଅବସ୍ଥା ଶୋଚନୀୟ ଥିଲା । ତେଣୁ ତାଙ୍କର ମୃତ୍ୟୁର ପ୍ରକୃତ କାରଣ ତଦନ୍ତ କରାଯିବ ବୋଲି କହିଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details