ଓଡିଶା

odisha

ETV Bharat / state

ଝାରସୁଗୁଡ଼ାରେ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ମକଡ୍ରିଲ୍‌

ଝାରସୁଗୁଡ଼ା ଜିଲ୍ଲାରେ ରେଳ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ନେଇ ରେଳବାଇ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

By

Published : Oct 21, 2022, 12:54 PM IST

mock drill to rescue at train accident in jharsuguda
ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ନେଇ ମକଡ୍ରିଲ

ଝାରସୁଗୁଡ଼ା: ରେଳ ଦୁର୍ଘଟଣା ସବୁଠୁ ଭୟଙ୍କର ହୋଇଥାଏ । କିଛି ଅଘଟଣ ଘଟିଲେ ଉଦ୍ଧାରକାର୍ଯ୍ୟ ମଧ୍ୟ ଆହ୍ବାନପୂର୍ଣ୍ଣ ହୋଇଥାଏ । ଟ୍ରେନ୍‌ର ଦ୍ରୁତ ଗତି, ଅଧିକ ସଂଖ୍ୟକ ଯାତ୍ରୀ ଓ ଟ୍ରେନ୍‌ ଲାଇନର ସ୍ଥାନ ଉଦ୍ଧାରକାରୀ ଟିମ ପାଇଁ ଆହ୍ବାନ ହୋଇଥାନ୍ତି । ତେବେ କୌଣସି କାରଣରୁ ଯାତ୍ରୀବାହୀ ରେଳଗାଡ଼ି ଦୁର୍ଘଟଣାର ଶିକାର ହେବା ପରେ ଆହତମାନଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ରେଳବାଇ ପକ୍ଷରୁ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡାର ବାଲିଯୋରି ଡିଭିଜନରେ ଏହି ମକଡ୍ରିଲ୍‌ ସହ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ତାଲିମ ଦିଆଯାଇଛି ।

ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ନେଇ ମକଡ୍ରିଲ

ଗତ କିଛି ଦିନ ପୂର୍ବରୁ ଧାରୁଆଡିହିରେ ମାଲବାହୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହିପରି ଗତ ୧୮ ତାରିଖରେ ଗୋନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଗାଡ଼ିରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ କୌଣସି ଧନଜୀବନ ନଷ୍ଟ ହୋଇନଥିଲା । ରେଳବାଇ ପକ୍ଷରୁ ଝାରସୁଗୁଡ଼ାରେ ମକଡ୍ରିଲ କରିବା ପାଇଁ ଚକ୍ରଧରପୁର ରେଳ ଡିଭିଜନ ନିଷ୍ପତ୍ତି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଏନଡିଆରଏଫ(NDRF) ତୃତୀୟ ବାଟାଲିୟନ କଟକ, ସିଭିଲ ଡିଫେନ୍ସ ଚକ୍ରଧରପୁର, ସେଣ୍ଟଜୋନ ଆମ୍ବୁଲାନ୍ସ ଚକ୍ରଧରପୁର, ଅଗ୍ନିଶମ ବିଭାଗ ଝାରସୁଗୁଡ଼ା, ସ୍କାଉଟ ଗାଇଡ୍, ଡାକ୍ତରୀ ଦଳ ଝାରସୁଗୁଡ଼ା ଭାଗନେଇ ଥିଲେ । ଦୁର୍ଘଟଣା ଘଟିବା ପରେ ଏନଡିଆରଏଫ ତୃତୀୟ ବାଟାଲିୟନ କଟକ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ନେତୃତ୍ବ ନେଉଛନ୍ତି ନବ ଦାସଙ୍କ ଝିଅ ଦୀପାଳି

ସିଭିଲ ଡିଫେନ୍ସ ଚକ୍ରଧରପୁର ପକ୍ଷରୁ ଦୁର୍ଘଟଣା ଘଟିଥିବା ଅଞ୍ଚଳକୁ ପୃଥକ କରିବା କାର୍ଯ୍ୟ, ସେଣ୍ଟଜୋନ ଆମ୍ବୁଲାନ୍ସ ଚକ୍ରଧରପୁର ପକ୍ଷରୁ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ସହ ନିକଟସ୍ଥ ଚିକିତ୍ସାଳୟକୁ ପହଞ୍ଚାଇବା, ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ସ୍କାଉଟ ଗାଇଡ୍‌ ପକ୍ଷରୁ ଆହତମାନଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିବା ଏବଂ ସ୍ଥାନୀୟ ଡାକ୍ତରୀ ଦଳ ଝାରସୁଗୁଡ଼ା ପକ୍ଷରୁ ଜରୁରୀକାଳୀନ ଚିକିତ୍ସା କରିବା ଭଳି କାର୍ଯ୍ୟ କିପରି କରାଯାଏ ସେନେଇ ମକଡ୍ରିଲ କରାଯାଇଛି । ମକଡ୍ରିଲରେ ଚକ୍ରଧରପୁର ଡିଆରଏମ ଜେ.ରାଥୋର ଯୋଗଦେଇ ଏହାର ନିରୀକ୍ଷଣ କରିଥିଲେ । ସ୍ଥାନୀୟ ରେଳବାଇ ପୋଲିସ ପ୍ରଶାସନ ମଧ୍ୟ ଏଥିରେ ଯୋଗଦେଇଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details