ଓଡିଶା

odisha

ETV Bharat / state

ଝାରସୁଗୁଡ଼ାରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା - ଝାରସୁଗୁଡ଼ାରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଆଜିଠୁ ଝାରସୁଗୁଡା ଜିଲ୍ଲାରେ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଅଧିକ ପଢନ୍ତୁ

ଝାରସୁଗୁଡ଼ାରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା
ଝାରସୁଗୁଡ଼ାରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

By

Published : Jan 17, 2022, 9:17 PM IST

ଝାରସୁଗୁଡା:ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏଥିପାଇଁ ଜିଲ୍ଲାର ରାଜନୀତି ପୁରା ସରଗରମ ହୋଇଉଠିଛି। ଯଦିଓ କୋଭିଡ୍ କଟକଣା ଦୃଷ୍ଟିରୁ ଶୋଭାଯାତ୍ରା, ରାଲିକୁ ବାରଣ କରାଯାଇଛି, ତଥାପି ନାମାଙ୍କନକୁ ନେଇ ଗାଁ ଗାଁରେ ଉଷ୍ମତା ଦେଖାଦେଇଛି । ୱାର୍ଡ ସଭ୍ୟରୁ ଆରମ୍ଭ କରି ସମିତି ସଭ୍ୟ ଏବଂ ସରପଞ୍ଚ ଆଶାୟୀ ଯାଏ ନାମାଙ୍କନ ଦାଖଲ ପାଇଁ କିଛି ଜଣ ପ୍ରସ୍ତୁତି କରୁଥିବାବେଳେ ଆଉ କିଛି ଆଜି ନାମାଙ୍କନ ଦାଖଲ କରୁଥିବା ଦେଖିବାକୁ ମିଳିଛି।

ଝାରସୁଗୁଡ଼ାରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା
ଆଜିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ସବୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଏଥିପାଇଁ ଆଜି ଠାରୁ ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଛନ୍ତି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ, ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଓ ୨୫ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ବୋଲି ଉପଜିଲ୍ଲାପାଳ କହିଛିନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପରିଷଦ ଟିକଟ ବଣ୍ଟନ ନେଇ ଭାଗବଣ୍ଟା କୌଣସି ଦଳର ଛିଣ୍ଡିନଥିବା ଜଣାପଡିଛି। ଏପରିକି ନାମାଙ୍କନ ତାରିଖ ପହଞ୍ଚିସାରି ଥିବାରୁ ଟିକଟ ବଣ୍ଟନକୁ ନେଇ ବିଶେଷ କରି ବିଜେଡିରେ ସ୍ଥିତି ଜଟିଳ ହେବାର ଆଶଙ୍କା ସୃଷ୍ଟି ହେଲାଣି।

ଏହା ମଧ୍ୟ ପଢନ୍ତୁ: ସରପଞ୍ଚ ପଦବୀ ପାଇଁ ନିଲାମୀ କଲେ ଗ୍ରାମବାସୀ ! ୪୪ ଲକ୍ଷ ଟଙ୍କା ଲାଗିଲା ଡାକ

ଅପରପକ୍ଷେ, ଟିକେଟରୁ ବଞ୍ଚିତ ଆଶାୟୀ ଦଳବଦଳ କରିବାର ସମ୍ଭାବନା ଥିବାରୁ ଆଉ ୩ରୁ ୪ଦିନ ମଧ୍ୟରେ ବିଜେଡି ଏବଂ ବିଜେପିର ପ୍ରାର୍ଥୀ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details