ଓଡିଶା

odisha

ETV Bharat / state

ବଜ୍ରାଘାତରେ ଜଣେ ମୃତ, ତିନି ଆହତ - ବଜ୍ରାଘାତରେ ଜଣେ ମୃତ, ତିନି ଆହତ

ଝାରସୁଗୁଡାର ଲଇକେରା ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବର୍ଷା କୁଆପଥର ସହିତ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବଜ୍ରାଘାତରେ ଜଣେ ମୃତ, ତିନି ଆହତ
ବଜ୍ରାଘାତରେ ଜଣେ ମୃତ, ତିନି ଆହତ

By

Published : May 28, 2020, 11:11 PM IST

Updated : May 29, 2020, 11:15 AM IST

ଝାରସୁଗୁଡା: ଲଇକେରା ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବର୍ଷା କୁଆପଥର ସହିତ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଗମ୍ଭାରୀଗୁଡା ଗ୍ରାମର ପରୀକ୍ଷିତ ଭଇଁସା (୨୮) ନିଜ ଘରେ ଥିବା ବେଳେ ବଜ୍ରପାତରେ ମୃତ୍ୟୁ ଘଟିଛି । ଗମ୍ଭାରୀଗୁଡା ଗ୍ରାମର ବର୍ଷା ବେହେରା (୧୬) ଓ କୁଲେମୁରା ଗ୍ରାମର ଶାଶୁ ମୁକ୍ତା ରୋହିଦାସ (୪୫) ଓ ବୋହୂ ସୁପ୍ରିୟା ରୋହିଦାସ (୨୪) ନିଜ ଘରେ ଥିବା ବେଳେ ବଜ୍ରାଘାତରେରେ ଆହତ ହୋଇ ମୁଦ୍ରାଜୋର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ବଜ୍ରାଘାତରେ ଜଣେ ମୃତ, ତିନି ଆହତ

ଲଇକେରା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଭଇଁସାର ମୃତଦେହକୁ ଜବତ କରି ଶୁକ୍ରବାର ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଇବା କହିଛନ୍ତି । ଏଥିସହ ଖଇରଡ଼ିହି ଓ କୁଲେମୁରା ଗ୍ରାମର ୧୦ ରୁ ଊର୍ଦ୍ଧ୍ବ ଗାଈ ବଜ୍ରାଘାତରେ ପ୍ରାଣ ହରାଇଥିବା ଜଣାପଡିଛି । ଅନ୍ୟପଟେ ବଜ୍ରପାତରେ ମୃତ୍ୟୁ ଘଟିଥିବା ଗାଈ ଗୋରୁ ମାଲିକଙ୍କୁ କ୍ଷତିପୂରଣ ଦେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ ସରବରାହ ମଧ୍ୟ ବ୍ୟାହତ ହୋଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : May 29, 2020, 11:15 AM IST

ABOUT THE AUTHOR

...view details