ଓଡିଶା

odisha

ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ - jharsuguda electric shock

ଝାରସୁଗୁଡାରେ ମାଛ ଧରୁଥିବା ସମୟରେ ବିଦ୍ୟୁତ ତାର ଲାଗି ବୃଦ୍ଧ ମୃତ । ଇଟା ଭାଟି ମାଲିକ ଓ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଜୀବନ ଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

old-man-death-in-jarsuguda-of-electric-shock
ଫଟୋ ସୌଜନ୍ୟ: ପ୍ରତିନିଧି,ଝାରସୁଗୁଡା

By

Published : Jan 5, 2020, 8:44 AM IST

ଝାରସୁଗୁଡା: ବିଦ୍ୟୁତ ତାରଲାଗି ବୃଦ୍ଧ ମୃତ । ଜିଲ୍ଲା ଲଖନପୁର ବ୍ଲକ କୁରେମାଲ ଗ୍ରାମରେ ମୃତବ୍ୟକ୍ତି ଲାଲୁ ଖଡ଼ିଆ (61) ପ୍ରାଣ ହରାଇଛନ୍ତି l ଖବରପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି l

ସୂଚନା ଅନୁସାରେ ଏକ ବେଆଇନ ଇଟାଭାଟିକୁ ବିଦ୍ୟୁତ ଯୋଗାଇବା ପାଇଁ ତେଲେନ ଗ୍ରାମରୁ ଅହିରା ନାଳ ଦେଇ କୁରମାଳ ଗ୍ରାମକୁ ବିଦ୍ୟୁତ ତାର ଟଣା ଯାଇଥିଲା l ଅପରାହ୍ନରେ ଲାଲୁ ତାଙ୍କ ଦୁଇ ପୁଅ ସହ ଅହିରା ନାଳରେ ମାଛ ଧରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି l

ତେବେ ବିଦ୍ୟୁତ ବିଭାଗର ଅବହେଳା ଓ ଇଟାଭାଟି ମାଲିକର ଦାୟିତ୍ବହୀନତା ଯୋଗୁଁ ଜୀବନ ଯାଇଛି ବୋଲି ତାଙ୍କ ପରିବାର ବର୍ଗ ଓ ଗ୍ରାମବାସୀ ପ୍ରଶାସନକୁ ଅଭିଯୋଗ କରିଛନ୍ତି । କ୍ଷତିପୂରଣ ଓ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି l

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details