ଝାରସୁଗୁଡ଼ା: ରାଜସ୍ଥାନର କୋଟାରୁ ଆଜି (ମଇ 1 ତାରିଖ) ଶୁକ୍ରବାର 63 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଝାରସୁଗୁଡା ଅଭିମୁଖେ ବାହାରିବ ସ୍ଵତନ୍ତ୍ର ବସ୍ । ଏଥିପାଇଁ ରାଜ୍ୟସରକାରଙ୍କ ଅନୁମତି ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଓ ରାଜସ୍ଥାନ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପରେ ଉଭୟ ରାଜ୍ୟର ସହମତିିରେ ବସ ଯୋଗେଁ ଛାତ୍ରଛାତ୍ରୀଙ୍କୁ ଫେରାଇ ଅଣାଯାଉଛି ।
ରାଜସ୍ଥାନର କୋଟାରୁ ସ୍ୱତନ୍ତ୍ର ବସରେ ଫେରିବେ ଝାରସୁଗୁଡ଼ା ଛାତ୍ରଛାତ୍ରୀ - Odisha Students back from Rajastan
ଓଡିଶା ଫେରିବେ କୋଟାରେ ଫସିରହିଥିବା ଓଡିଆ ଛାତ୍ରଛାତ୍ରୀ । ରାଜସ୍ଥାନର କୋଟାରୁ ଆଜି (ମଇ 1 ) 63 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଝାରସୁଗୁଡା ଅଭିମୁଖେ ବାହାରିବ ସ୍ଵତନ୍ତ୍ର ବସ୍ ।
ରାଜସ୍ଥାନର କୋଟାରୁ ସ୍ୱତନ୍ତ୍ର ବସରେ ଫେରିବେ ଝାରସୁଗୁଡ଼ା ଛାତ୍ରଛାତ୍ରୀ
ତେବେ କୋଟାରୁ ଫେରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରଖାଯିବ । ବେଲପାହାଡ଼ କଲେଜରେ ନବନିର୍ମିତ ହଷ୍ଟେଲରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଝାରସୁଗୁଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହିତ ଏହି ରାଜସ୍ଥାନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଜିିଲ୍ଲାପାଳ ଏକ ଗୁରୁତ୍ବପୂର୍ଣ୍ଣ ଅନୁରୋଧ କରିଛନ୍ତି । 14ଦିନ ପର୍ଯ୍ୟନ୍ତ ପିଲାମାନଙ୍କୁ ନ ଭେଟି ପ୍ରଶାସନକୁ ସହଯୋଗ କରିବାକୁ କହିଛନ୍ତି ।
ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ