ଓଡିଶା

odisha

ETV Bharat / state

ପ୍ରଭୁ ଜଙ୍ଘା ବଡ଼ଦେଓଙ୍କ ପୂଜା: ପାଲିଙ୍କି ବୋହି ଭକ୍ତଙ୍କ ସହ ନାଚିଲେ ସ୍ବାସ୍ଥ୍ୟ ମନ୍ତ୍ରୀ - ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଡ୍ୟାନ୍ସ ଭିଡିଓ

ଝାରସୁଗୁଡାରେ ଜଙ୍ଘା ବଡ଼ଦେଓଙ୍କ ପୂଜାର୍ଚ୍ଚନା ସମୟରେ ନାଚିଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ଗତ ୭ ତାରିଖରେ ହୋଇଥିଲେ କୋରୋନା ପଜିଟିଭ । ଅଧିକ ପଢନ୍ତୁ

ପ୍ରଭୁ ଜଙ୍ଘା ବଡ଼ଦେଓଙ୍କ ପୂଜାରେ ନାଚିଲେ ସ୍ବାସ୍ଥ୍ୟ ମନ୍ତ୍ରୀ
ପ୍ରଭୁ ଜଙ୍ଘା ବଡ଼ଦେଓଙ୍କ ପୂଜାରେ ନାଚିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

By

Published : Jan 15, 2022, 10:45 PM IST

ଝାରସୁଗୁଡ଼ା: ଜିଲ୍ଲା ଲଇକେରା ବ୍ଲକ୍ ସ୍ଥିତ ମୟୂରଗଡ଼ ଠାରେ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘା ବଡ଼ଦେଓଙ୍କ ପୂଜାର୍ଚ୍ଚନା କଲେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏହା ସହିତ ଜଙ୍ଘା ବଡ଼ଦେଓଙ୍କୁ କାନ୍ଧରେ ବୋହି ନାଚିଲେ ମନ୍ତ୍ରୀ ।

ପ୍ରଭୁ ଜଙ୍ଘା ବଡ଼ଦେଓଙ୍କ ପୂଜାରେ ନାଚିଲେ ସ୍ବାସ୍ଥ୍ୟ ମନ୍ତ୍ରୀ
ଲଇକେରା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରତିବର୍ଷ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘା ବଡ଼ଦେଓଙ୍କ ପୂଜା ହୋଇଥାଏ । ଏହି ପୂଜାରେ ପ୍ରତିବର୍ଷ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦିଅନ୍ତି । ତାଙ୍କର ଅତୁଟ ବିଶ୍ବାସ ରହି ଥିବାବେଳେ ଭକ୍ତଙ୍କ ସହ ମିଶି ଜଙ୍ଘା ବଡ଼ଦେଓଙ୍କ ପାଲିଙ୍କି ନିଜ କାନ୍ଧରେ ବୋହି ନାଚିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ:- କୋରୋନା କବଳରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର

ତେବେ ଆଜି ଲଇକେରା ସ୍ଥିତ ମୟୂରଗଡ଼ରେ ଦିନ ୨.୩୦ ରେ ଝିଅ ଦୀପାଲି ସହ ଏହି ପୂଜା ମହୋତ୍ସବରେ ଯୋଗଦେଇ ନାଚିବା ସହ ଲୋକଙ୍କ ଅସୁବିଧା ବୁଝି ଅଞ୍ଚଳରେ ବିକାଶ ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବେ ବୋଲି ଆଶ୍ବାସନା ଦେଇଛନ୍ତି ମନ୍ତ୍ରୀ । ଅନ୍ୟପଟେ ସ୍ବାସ୍ଥ୍ୟ ମନ୍ତ୍ରୀ ଗତ ୭ ତାରିଖରେ କୋରୋନାରେ ସଂକ୍ରମିତ ହୋଇଥିଲେ । ଜନ ସମାବେଶରେ ମନ୍ତ୍ରୀଙ୍କ ନୃତ୍ୟକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details