ଓଡିଶା

odisha

ETV Bharat / state

ଝାରସୁଗୁଡ଼ା ଶୀତବସ୍ତ୍ର ବଜାରରେ ବେପାର ମାନ୍ଦା - ଶୀତବସ୍ତ୍ର ବେପାର ମାନ୍ଦା

ଶୀତଋତୁରେ ଶୀତ ନଥିବାରୁ ମାନ୍ଦାବସ୍ଥାରେ ଝାରସୁଗୁଡା ଜିଲ୍ଲାର ଶୀତବସ୍ତ୍ର ବ୍ୟବସାୟ । ଗତବର୍ଷ ତୁଳନାରେ ଏଥର ବ୍ୟବସାୟ କମ ଥିବା ବ୍ୟବସାୟୀ ମତ ଦେଇଛନ୍ତି ।

winter-wear-sales
ଝାରସୁଗୁଡ଼ା ଶୀତବସ୍ତ୍ର ପସରାରେ ବେପାର ମାନ୍ଦା

By

Published : Dec 5, 2019, 8:59 PM IST

ଝାରସୁଗୁଡ଼ା: ଡିସେମ୍ବର ଦ୍ଵିତୀୟ ସପ୍ତାହ ହେଲାଣି । ତଥାପି ଶୀତ ଅନୁଭୂତ ହେଉନାହିଁ। ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ଏବେବି ୧୪ ଡିଗ୍ରୀ ଉପରେ ରହୁଛି। ଏଣୁ ଲୋକେ ଶୀତ ଅନୁଭବ କରୁ ନାହାନ୍ତି । ସାଧାରଣ ଭାବରେ ନଭେମ୍ବର ଶେଷ ଓ ଡିସେମ୍ବର ମାସ ପହିଲା ବେଳକୁ ଝାରସୁଗୁଡାରେ ଶୀତର ପ୍ରଭାବ ଅନୁଭୂତ ହୋଇଥାଏ । ଏହି ସମୟ ବେଳକୁ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥାଏ । ହେଲେ ଏଥର ସେଭଳି ହେବାପରି ଦେଖାଯାଉ ନାହିଁ।

ଝାରସୁଗୁଡ଼ା ଶୀତବସ୍ତ୍ର ପସରାରେ ବେପାର ମାନ୍ଦା
ଝାରସୁଗୁଡ଼ା ସହରରେ ବର୍ତ୍ତମାନ ସବୁଆଡେ ଶୀତବସ୍ତ୍ର ଯଥା କମ୍ବଳ, ସ୍ବେଟର, ସାଲ୍ ଜାକେଟ୍ ପରି ଜିନିଷର ପସରା ଦେଖିବାକୁ ମିଳୁଛି । ମାତ୍ର ଶୀତ ନଥିବାରୁ ଚଳିତ ବର୍ଷ ସେତେ ପରିମାଣରେ ବ୍ୟବସାୟ ହେଉ ନାହଁ । ବେପାରୀମାନେ ଆଶାଜନକ ବେପାର କରିପାରୁ ନଥିବା ଜଣାପଡିଛି । ବିଗତ ବର୍ଷ ମାନଙ୍କରେ କାର୍ତ୍ତିକ ମାସ ଆରମ୍ଭରୁ ଏହି ଶୀତବସ୍ତ୍ର ବ୍ୟବସାୟ ଭଲ ଚାଲୁଥିବା ବେଳେ ଚଳିତ ବର୍ଷ ସେହିପରି ଶୀତ ଅନୁଭୂତ ହେଉନାହିଁ ।

ଅତୀତରେ ଭଲ ବ୍ୟବସାୟ କରିଥିବାରୁ ଏଥର ଦୋକାନ ସଂଖ୍ୟା ମଧ୍ୟ ଅଧିକ ରହିଛି । ମାତ୍ର ବ୍ୟବସାୟରେ ଫରକ୍ ପଡିଥିବା କିଛି ବ୍ୟବସାୟୀ ମତ ଦେଇଛନ୍ତି । ଶୀତ ନ ଥିବାରୁ ଶୀତବସ୍ତ୍ର ବିକ୍ରି ହେଉନାହିଁ । ଫଳରେ ଦୁଇ ପଇସା ରୋଜଗାର ପାଇଁ ପସରା ମେଲାଇଥିବା ବ୍ୟବସାୟୀମାନଙ୍କ ଆଶା ମଉଳିବାକୁ ବସିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details