ଓଡିଶା

odisha

ETV Bharat / state

ତିଳେଇବଣି BDOଙ୍କୁ ଆକ୍ରମଣ ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା OAS ସଂଘ - ଦେବଗଡ଼ ବିଧାୟକଙ୍କ ବିରୋଧରେ ଓଏଏସ ସଂଘର କାର୍ଯ୍ୟାନୁଷ୍ଠାନ ଦାବି

ଦେବଗଡ଼ ତିଳେଇବଣି ବିଡ଼ିଓଙ୍କୁ ଆକ୍ରମଣ ଘଟଣା। ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଏଏସ ସଂଘ। ଅଧିକ ପଢନ୍ତୁ

ତିଳେଇବଣି BDOଙ୍କୁ ଆକ୍ରମଣ ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା OAS ସଂଘ
ତିଳେଇବଣି BDOଙ୍କୁ ଆକ୍ରମଣ ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା OAS ସଂଘ

By

Published : May 1, 2022, 10:51 PM IST

ଝାରସୁଗୁଡ଼ା: ଦେବଗଡ଼ ତିଳେଇବଣି ବ୍ଲକ ବିଡିଓ(Attack on BDO) କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଘଟଣା । ଏହି ଘଟଣାରେ ଦେବଗଡ଼ ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଗିରଫ ହୋଇଛନ୍ତି । ତାଙ୍କ ସମର୍ଥକଙ୍କ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ଓଏଏସ ସଂଘ । ଏହାସହ ସଂଘ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ତିଳେଇବଣି BDOଙ୍କୁ ଆକ୍ରମଣ ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା OAS ସଂଘ

ଏନେଇ ରାଜ୍ୟ ଓଏଏସ ସଂଘର ସଭାପତି ତଥା ଝାରସୁଗୁଡ଼ା ଜିଲ୍ଲାପାଳ ପ୍ରତିକ୍ରିୟାରେ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିଲା ଏବଂ ପୁଣି ଥରେ ଏଭଳି ଘଟଣା ଘଟିଥିବାରୁ ସରକାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଯଦ୍ଦ୍ବାରା ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ । ବିଡ଼ିଓଙ୍କ ବିରୋଧରେ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିପାରିଥାନ୍ତେ। ମାତ୍ର ଏପରି ଆକ୍ରମଣକୁ ସେ ନିନ୍ଦା କରିଛନ୍ତି ।

ଏହା ବି ପଢନ୍ତୁ- BDOଙ୍କୁ ମାଡ ମାରି ବନ୍ଧା ହେଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ

ତେବେ ସୂଚନା ଥାଉ କି ଆଜି(ରବିବାର) ବିଡିଓଙ୍କୁ ମାଡ଼ ମାରିବା ଘଟଣାରେ ବିଧାୟକ ସୁବାସ ଚନ୍ଦ୍ରଙ୍କୁ ଗିରଫ କରିଛି ଦେବଗଡ଼ ପୋଲିସ । ବିଧାୟକଙ୍କ ସହ ତାଙ୍କର 3 ଜଣ ସହଯୋଗୀଙ୍କୁ ମଧ୍ୟ କମିଶନରେଟ ପୋଲିସ ସହାୟତାରେ ଗିରଫ କରାଯାଇଛି । ସୁବାସ ଓ ତାଙ୍କ ସହଯୋଗୀଙ୍କୁ ଭୁବନେଶ୍ବରର କ୍ବାର୍ଟରରୁ ଗିରଫ ହୋଇଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details