ଝାରସୁଗୁଡା :ଦେଶରେ ସବୁଠୁ ଆଗରେ ଝାରସୁଗୁଡ଼ା VSS ବିମାନବନ୍ଦର । କାହିଁକିନା କୋରୋନା ସମୟରେ ଯାତ୍ରୀଙ୍କ ସଂଖ୍ୟା ଏଠାରେ ଅଧିକ ରହିଛ । ପୋଷ୍ଟ କୋଭିଡ ସମୟରେ ଯାତ୍ରୀ ସଂଖ୍ୟା ଗତ ସେପ୍ଟେମ୍ବର ସୁଦ୍ଧା ୭୯ ହଜାର ରହିଥିବା ବେଳେ ପ୍ରି କୋଭିଡ ସମୟରେ ୫୧ ହଜାର ଯାତ୍ରୀଙ୍କ ସଂଖ୍ୟା ରହିଥିଲା । ଏ ସମୟରେ ୨୮ ହଜାରକୁ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।
ଦେଶରେ ସବୁଠୁ ଆଗରେ VSS Airport: କୋରୋନା ସମୟରେ ବଢିଛି ଯାତ୍ରୀଙ୍କ ସଂଖ୍ୟା - Airport
ଅନ୍ୟ ବିମାନବନ୍ଦରକୁ ପଛରେ ପକାଇଲା ଝାରସୁଗୁଡ଼ା VSS ବିମାନବନ୍ଦର । କାହିଁକିନା କୋରୋନା ସମୟରେ ଯାତ୍ରୀଙ୍କ ସଂଖ୍ୟା ଏଠାରେ ଅଧିକ ରହିଥିଲା । ଅଧିକ ପଢନ୍ତୁ
ଦେଶରେ ସବୁଠୁ ଆଗରେ Veer Surendra Sai Airport: କୋରୋନା ସମୟରେ ବୃଦ୍ଧି ପାଇଛି ଯାତ୍ରୀଙ୍କ ସଂଖ୍ୟା
ବିଗତ କିଛି ବର୍ଷ ମଧ୍ୟରେ ଦେଶର ଅନେକ ବଡ଼ବଡ଼ ବିମାନବନ୍ଦରକୁ ପଛରେ ପକେଇ ସାରିଛି ଏ ବିମାନ ବନ୍ଦର । ଆଗକୁ ବିମାନବନ୍ଦରର ରନୱେ ଏବଂ ଭିତ୍ତିଭୂମିର ବିକାଶ କରାଯିବ ।ଏହା ଆଗାମୀ ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବାର ସମ୍ଭାବନା ରହିଛି । ଏ ନେଇ VSS ବିମାନବନ୍ଦର ନିର୍ଦ୍ଦେଶକ ପବନ କୁମାର ଯୋତଷୀ କହିଛନ୍ତି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ