ଓଡିଶା

odisha

ETV Bharat / state

ଶିଶୁଯତ୍ନ ଅନୁଷ୍ଠାନରେ ନୂଆଁଖାଇ ପ୍ରସ୍ତୁତି - ଅନ୍ତେବାସୀ

ମଙ୍ଗଳବାର ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଏହି ପର୍ବରେ ସମସ୍ତେ ନିଜ ନିଜର ପରିବାର ସହିତ ନବାନ୍ନ ଖାଇବେ। ତେବେ ପରିବାରର ଅର୍ଥ ବୁଝିନଥିବା ଅନାଥ ପିଲାଙ୍କୁ ସାହାରା ଦେଇଥିବା ଝାରସୁଗୁଡା ବେଲପାହାଡ଼ ସହରର ଠକ୍କର ବାପା ସେବା ସଦନରେ ନୂଆଁଖାଇ ପାଳିତ ହେବାକୁ ଯାଉଛି । ଏହି ପର୍ବ ପାଇଁ ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା କୁନି କୁନି ପିଲାଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Sep 2, 2019, 7:51 PM IST

ଝାରସୁଗୁଡା: ମଙ୍ଗଳବାର ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ପର୍ବକୁ ପଶ୍ଚିମ ଓଡିଶାରେ ବେଶ ଧୂମଧାମର ସହ ପାଳନ କରାଯାଏ । ଏହି ପର୍ବରେ ସମସ୍ତେ ନିଜ ନିଜର ପରିବାର ସହିତ ନବାନ୍ନ ଖାଇବେ। ତେବେ ପରିବାରର ଅର୍ଥ ବୁଝିନଥିବା ଅନାଥ ପିଲାଙ୍କୁ ସାହାରା ଦେଇଥିବା ଝାରସୁଗୁଡା ବେଲପାହାଡ଼ ସହରର ଠକ୍କର ବାପା ସେବା ସଦନରେ ନୂଆଁଖାଇ ପାଳିତ ହେବାକୁ ଯାଉଛି।

ଏହି ପର୍ବ ପାଇଁ ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା କୁନି କୁନି ପିଲାଙ୍କ ମୁହଁରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ସେବା ସଦନରେ ସମସ୍ତ ଅନ୍ତେବାସୀଙ୍କ ପାଇଁ ନୂଆ ଡ୍ରେସ କିଣାଯାଇଛି । ଏଠାକାର ଅନ୍ତେବାସୀ ଇଷ୍ଟଦେବୀ ସମଲେଇଙ୍କ ଠାରେ ନବାନ୍ନ ଲାଗିବା ପରେ ସମସ୍ତେ ମିଳିମିଶି ନୂଆ ଖାଇବେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଏହାପରେ ପରମ୍ପରା ଅନୁସାରେ ଜୁହାର ଭେଟଘାଟ ହେବ। ପରେ ବଡ଼ ଧୂମଧାମର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପାଳିତ ହେବ । ତେଣୁ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details