ଓଡିଶା

odisha

ETV Bharat / state

ପ୍ରଭାବିତ ଗ୍ରାମବାସୀଙ୍କୁ କ୍ଷତିପୂରଣ ଦେବ NLC - ଏନଏଲସି କାରଖାନା

ଝାରସୁଗୁଡ଼ା NLC (Neyveli Lignite Corporation Ltd) ତଲାବିରା ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ଦ୍ଵାରା ପ୍ରଭାବିତ ହେଉଥିବା ଗ୍ରାମବାସୀଙ୍କୁ ପ୍ରତିମାସରେ ୩ହଜାର ଟଙ୍କା କ୍ଷତିପୂରଣ ଦେବ କମ୍ପାନୀ । ନ୍ୟୁରୋଲୋଜି ହସ୍ପିଟାଲ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ୩୦ କୋଟି ଟଙ୍କା ଦେବାକୁ ଦାବି କଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ପ୍ରଭାବିତ ଗ୍ରାମବାସୀଙ୍କୁ କ୍ଷତିପୂରଣ ଦେବ NLC
ପ୍ରଭାବିତ ଗ୍ରାମବାସୀଙ୍କୁ କ୍ଷତିପୂରଣ ଦେବ NLC

By

Published : Aug 19, 2022, 7:14 PM IST

ଝାରସୁଗୁଡ଼ା: ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ NLC ତଲାବିରା ପାୱାର ପ୍ଲାଣ୍ଟକୁ ନେଇ RPDAC(Rehabilitation and Periphery Development Advisory Committee) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ NLC କାରଖାନା (Neyveli Lignite Corporation Ltd) ପ୍ରତିଷ୍ଠା ଦ୍ଵାରା ପ୍ରଭାବିତ ହେଉଥିବା ଗ୍ରାମବାସୀ ମାନେ କିଭଳି ଉଚ୍ଚିତ କ୍ଷତିପୂରଣ ପାଇବେ ତାହାକୁ ନେଇ ଆଲୋଚନା ହୋଇଥିଲା । କମ୍ପାନୀ ପକ୍ଷରୁ ୩୦ ବର୍ଷ ପର୍ଯ୍ୟନ୍ତ ପ୍ରତିମାସରେ ୩ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ବୈଠକରେ ଧାର୍ଯ୍ୟ କରାଯାଇଛି ।

ପ୍ରଭାବିତ ଗ୍ରାମବାସୀଙ୍କୁ କ୍ଷତିପୂରଣ ଦେବ NLC ତଲାବିରା ପାୱାର ପ୍ଲାଣ୍ଟ

ଆୟୋଜିତ ଏହି ବୈଠକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସମେତ ଉତ୍ତରାଞ୍ଚଳ ଆରଡିସି, ଝାରସୁଗୁଡ଼ା ଜିଲ୍ଲାପାଳ, ଝାରସୁଗୁଡ଼ା ଏସପି, ସମ୍ବଲପୁର ଏସପି ଏବଂ କାରଖାନା ଦ୍ବାରା ପ୍ରଭାବିତ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଉତ୍ତରାଞ୍ଚଳ ଆରଡିସି ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନଦେବା ସହ ଜମିହରାଙ୍କୁ ଥଇଥାନ ଭଳି ପ୍ରମୁଖ ବ୍ୟବସ୍ଥା ଉପରେ ଦୃଷ୍ଟି ରଖି କାର୍ଯ୍ୟ କରିବା ପାଇଁ କହିଥିଲେ । ତେବେ ସମସ୍ତ ଜମିହରାଙ୍କୁ ଉଚିତ କ୍ଷତିପୂରଣ ଦେବାକୁ କମ୍ପାନୀ ନିକଟରେ ଦାବି ରଖିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏବଂ ବରଗଡ଼ ସାଂସଦ ସୁରେଶ ପୂଜାରୀ । ଏକ ନ୍ୟୁରୋଲୋଜି ହସ୍ପିଟାଲ ନିର୍ମାଣ ପାଇଁ ୩୦ କୋଟି ଟଙ୍କା ଜିଲ୍ଲା ପ୍ରଶାସନ ପାଖରେ ଜମା କରିବା ପାଇଁ NLC କର୍ତ୍ତୃପକ୍ଷଙ୍କୁ ଦାବି କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସେହିଭଳି ଟ୍ରକ ଟର୍ମିନାଲ, ଟେକ୍ନିକାଲ କଲେଜ ସହିତ ହିର୍ମା ଗ୍ରାମକୁ କମ୍ପାନୀ ନିଜ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details