ଓଡିଶା

odisha

ETV Bharat / state

ସାମାନ୍ୟ ବଚସାରୁ ରକ୍ତପାତ, ମଉସାକୁ ଗୋଡାଇ ଗୋଡାଇ ହାଣିଲା ପୁତୁରା - ଝାରସୁଗୁଡାରେ ବୀଭତ୍ସ ହତ୍ଯାକାଣ୍ଡ

ଝାରସୁଗୁଡାରେ ବୀଭତ୍ସ ହତ୍ୟାକାଣ୍ଡ । ପୁତୁରାର କଟୁରୀ ଆକ୍ରମଣରେ ମଉସାର ମୃତ୍ୟୁ । ଅଧିକ ପଢନ୍ତୁ

nephew kills uncle in jharsuguda
nephew kills uncle in jharsuguda

By

Published : Jul 2, 2023, 10:18 AM IST

Updated : Jul 2, 2023, 10:45 AM IST

nephew kills uncle in jharsuguda

ଝାରସୁଗୁଡା: ସାମାନ୍ୟ ବଚସାରୁ ରକ୍ତପାତ । ତୁଚ୍ଛ ହେଲା ରକ୍ତ ସମ୍ପର୍କ । ବିଚ ରାସ୍ତାରେ ମଉସାକୁ ଗୋଡାଇ ଗୋଡାଇ ହାଣିଲା ପୁତୁରା । ପୁତୁରାର କଟୁରୀ ଆକ୍ରମଣରେ ମଉସାର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ହତ୍ୟାକାଣ୍ଡ ଘଟିଛି ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ବିଟିଏମ୍ ଠାରେ । ମଉସାଙ୍କ ସହ ତାଙ୍କ ଦୁଇ ପୁଅଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା ପୁତୁରା । ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ସୀତାରାମ ବଞ୍ଛୋର ।

ଶୁକ୍ରବାର ରାତି ପ୍ରାୟ 8ଟା ସମୟରେ ସୀତାରାମ ବଞ୍ଛୋର ଚିକେନ ଦୋକାନରେ ବସିଥିଲେ । ଏହି ସମୟରେ ତାଙ୍କ ପୁତୁରା ସହ କୌଣସି କଥା ନେଇ ବଚସା ଆରମ୍ଭ ହୋଇଥିଲା । ଯାହା ପରମୁହୁର୍ତ୍ତରେ ଉଗ୍ରରୂପ ନେଇଥିଲା । ଉତକ୍ଷିପ୍ତ ହୋଇ ପାଖରେ ଥିବା ମାଂସକଟା କଟୁରୀରେ ପୁତୁରା ମଉସାକୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲା। ଏହାପରେ ସୀତାରାମଙ୍କ ଦୁଇ ପୁଅ ପୂର୍ଣ୍ଣଚନ୍ଦ୍ର ବଞ୍ଛୋର ଓ ଶିବା ବଞ୍ଛୋର ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଉଭୟ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ଘଟଣାସ୍ଥଳରୁ ହତ୍ୟାକାରୀ ପୁତୁରା ଫେରାର ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଚର୍ଚ୍ଚିତ ଗୌରୀ ମିଶ୍ର ମୃତ୍ୟୁ ଘଟଣା, ଅପହୃତ ଯୁବକଙ୍କ ମୃତଦେହ ଉଦ୍ଧାର

ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସେଠାରେ ମଉସା ସୀତାରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକଙ୍କ ଦୁଇ ପୁଅ ପୂର୍ଣ୍ଣଚନ୍ଦ୍ର ବଞ୍ଛୋର ଓ ଶିବା ବଞ୍ଛୋର ଗୁରୁତର ରହିଥିବା ବେଳେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ସଦର ଥାନା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନିଖୋଜ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର: କଟକରୁ ନେଇ କେନ୍ଦୁଝରରେ ହତ୍ୟା !

ତେବେ ହତ୍ୟାକାରୀ ପୁତୁରା ଫେରାର ରହିଥିବା ବେଳେ ପୋଲିସ ତାକୁ ଖୋଜୁଛି । ଏନେଇ ସଦର ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି । ତେବେ କେଉଁ କାରଣକୁ ନେଇ ପୁତୁରା ଓ ମଉସା ମଧ୍ୟରେ ବଚସା ହେଲା ଯେଉଁଥି ପାଇଁ ନିରିହ ଜୀବନ ଚାଲିଗଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ମୃତକ ସୀତାରାମ ବଞ୍ଛୋରଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Jul 2, 2023, 10:45 AM IST

ABOUT THE AUTHOR

...view details