ଓଡିଶା

odisha

ETV Bharat / state

ନେପାଳ ରୀତିନୀତିରେ ଝାରସୁଗୁଡାରେ ନବରାତ୍ରୀ ପୂଜା - ଭୁବନେଶ୍ବରୀ ଦୁର୍ଗା ମନ୍ଦିର

ସେକେଣ୍ଡ ବାଟାଲିୟନରେ ନେପାଳ ଦେଶର ପରମ୍ପରା ଅନୁଯାୟୀ ଭୁବନେଶ୍ବରୀ ଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା । ନେପାଳୀମାନେ ପରିବାରର ମୁଖ୍ୟ ଭାବରେ ସେକେଣ୍ଡ ବାଟାଲିୟନରେ କାର୍ଯ୍ୟରତ ଥିବା କମାଣ୍ଡେଣ୍ଟଙ୍କୁ ପରିବାରର ମୁଖ୍ୟ ଭାବେ ଗ୍ରହଣ କରି ଆଶୀର୍ବାଦ ନେଇଥାନ୍ତି ।

ନବରାତ୍ରୀ ପୂଜା

By

Published : Oct 6, 2019, 11:02 PM IST

ଝାରସୁଗୁଡା: ମା'ଙ୍କ ପୀଠରେ ଚାଲିଛି ନବରାତ୍ରୀ ପୂଜା । ସେହିପରି ଝାରସୁଗୁଡାର ସେକେଣ୍ଡ ବାଟାଲିୟନରେ ଭୁବନେଶ୍ବରୀ ଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା । ତେବେ ଏହି ମନ୍ଦିରର ବିଶେଷତ୍ବ ହେଲା ଓଡିଶା ପୋଲିସ ପାଇଁ କାମ କରୁଥିବା ସେକେଣ୍ଡ ବାଟାଲିୟନର ନେପାଳୀ କର୍ମଚାରୀମାନେ ଏହି ମା'ଙ୍କ ମନ୍ଦିର ତିଆରି କରିଛନ୍ତି । ନିଜ ଦେଶର ସଂସ୍କୃତି ପରମ୍ପରା ଅନୁସାରେ ମା'ଙ୍କ ପୂଜାର୍ଚ୍ଚନା କରିଥାନ୍ତି ।

ନେପାଳ ରୀତିନୀତିରେ ଭୁବନେଶ୍ବରୀ ଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା

ଝାରସୁଗୁଡାରେ ଥିବା ସେକେଣ୍ଡ ବାଟାଲିୟନର ନେପାଳୀ କର୍ମଚାରୀମାନଙ୍କୁ ଅଧିକାଂଶ ଲୋକେ ଗୁରଖା ପୋଲିସ ଭାବରେ ଜାଣନ୍ତି । ନେପାଳ ଗୁରଖାମାନଙ୍କ ନବରାତ୍ରୀ ହେଉଛି ମୁଖ୍ୟ ପର୍ବ । ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବାପାଇଁ ସ୍ବତନ୍ତ୍ର ଜଣେ ପୂଜକ ରହିଛନ୍ତି । ପୂଜକ ଜଣକ ମଧ୍ୟ ଜଣେ ବେଟେଲିୟନ ପୋଲିସ କର୍ମଚାରୀ । ସେମାନେ ନବରାତ୍ରୀର ପ୍ରଥମ ଦିନରୁ ଏହି ପୂଜାରେ ପାଞ୍ଚପ୍ରକାର ବିହନକୁ ସ୍ବତନ୍ତ୍ର ସ୍ଥାନରେ ବୁଣିଥାନ୍ତି। ତାହା ଦଶମୀ ଆସିବା ଯାଏ ବିହନରୁ ଗଜା ବାହାରି ଯାଇଥାଏ । ସେହି ଛୋଟ ଛୋଟ ଗଛକୁ ନବରାତ୍ରୀ ସରିବାପରେ ସମସ୍ତେ ସେହି ଗଛକୁ ଭାଗ କରି ଘରକୁ ନେଇ ଯାଇଥାନ୍ତି । ଏକ ସ୍ବତନ୍ତ୍ର ଉତ୍ସବ ଭାବେ ପାଳନ କରିଥାନ୍ତି । ଏଥିସହ ସେମାନଙ୍କ ସ୍ବତନ୍ତ୍ର ଭୁଜାଲିକୁ ମଧ୍ୟ ପୂଜା କରିଥାନ୍ତି ।

ନବରାତ୍ରୀ ଶେଷ ଦିନରେ ନେପାଳ ଦେଶର ପରମ୍ପରା ଅନୁଯାୟୀ ମୁଖ୍ୟ ସଦସ୍ୟଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି । ନେପାଳୀମାନେ ପରିବାରର ମୁଖ୍ୟ ଭାବରେ ସେକେଣ୍ଡ ବାଟାଲିୟନରେ କାର୍ଯ୍ୟରତ ଥିବା କମାଣ୍ଡେଣ୍ଟଙ୍କୁ ମୁଖ୍ୟ ଭାବେ ଗ୍ରହଣ କରିଥାନ୍ତି । ଅନ୍ୟ ସମାଜର କମାଣ୍ଡେଣ୍ଟ ହେଲେ ମଧ୍ୟ ଜାତିଧର୍ମଠାରୁ ଉପରକୁ ଉଠି ନେପାଳୀମାନେ କମାଣ୍ଡେଣ୍ଟଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି ।

ତେବେ ଓଡିଶାର ଝାରସୁଗୁଡାରେ ରହୁଥିବା ନେପାଳ ଦେଶର ଗୁରଖାମାନଙ୍କ ନେପାଳୀ ରୀତିନୀତିରେ ନବରାତ୍ରୀ ପୂଜାର୍ଚ୍ଚନା ରାଜ୍ୟ ପାଇଁ ଏକ ଭିନ୍ନପରିଚୟ ସୃଷ୍ଟି କରିପାରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details