ଓଡିଶା

odisha

ଝାରସୁଗୁଡାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱାଣେ ‘କୃତ୍ରିମ ମେଧା ଯୁଗରେ ଗଣମାଧ୍ୟମ' ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରି କହିଛନ୍ତି ଗଣମାଧ୍ୟମ ନିଜର ସାମାଜିକ ଦାୟିତ୍ବବୋଧକୁ ସୁଚାରୁ ରୂପେ ତୁଲାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 16, 2023, 11:02 PM IST

Published : Nov 16, 2023, 11:02 PM IST

ଝାରସୁଗୁଡାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
ଝାରସୁଗୁଡାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଝାରସୁଗୁଡାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜାତୀୟ ଗଣମାଧ୍ୟମ ଦିବସ ନ୍ୟାସନାଲ ପ୍ରେସ ଡେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ସାମ୍ବାଦିକ, ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱାଣେ ‘କୃତ୍ରିମ ମେଧା ଯୁଗରେ ଗଣମାଧ୍ୟମ' ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରି କହିଛନ୍ତି ଗଣମାଧ୍ୟମ ନିଜର ସାମାଜିକ ଦାୟିତ୍ବବୋଧକୁ ସୁଚାରୁ ରୂପେ ତୁଲାଇବାର ଆବଶ୍ୟକତା ରହିଛି । ବିବେକାନୁମୋଦିତ ଭାବରେ ଗଣମାଧ୍ୟମ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ । ଏହାସହ କୃତ୍ରିମ ବୁଦ୍ଧିମତାର ବିଭିନ୍ନ ଦିଗ ଉପରେ ଜିଲ୍ଲାପାଳ ଆଲୋଚନା କରିଥିଲେ। ସେହିପରି ସମ୍ମାନିତ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର କହିଥିଲେ ଗଣମାଧ୍ୟମ ସମାଜ ପ୍ରତି ନିଜର କର୍ତ୍ତବ୍ୟବୋଧ ତୁଲାଇବା, ଗଠନମୂଳକ ସମ୍ବାଦ ପରିବେଷଣ ଓ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ମୁଖ୍ୟବକ୍ତା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ. ଶିବପ୍ରିୟା ମିଶ୍ର ଆଧୁନିକ ଗଣମାଧ୍ୟମ କ୍ଷେତ୍ରରେ କୃତ୍ରିମ ମେଧା ଯଥେଷ୍ଟ ପ୍ରଭାବ ବିସ୍ତାର କରିସାରିଛି । ମଣିଷ ମଧ୍ୟ କୃତ୍ରିମ ମେଧା ଉପରେ ନିର୍ଭରଶୀଳ ହେବାକୁ ଯାଉଛି ବୋଲି ମତ ଦେଇଥିଲେ। ପ୍ରତିକୂଳତାକୁ ପରାହତ କରିବାରେ କୃତ୍ରିମ ମେଧା ସହାୟକ ସାଜିଛି। କୃତ୍ରିମ ମେଧାର ଉପଯୋଗିତା ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଡ.ମିଶ୍ର ଏହି କୃତ୍ରିମ ମେଧାର ଅବଦାନ ପାଇଁ ରାସ୍ତାରେ ଘଟୁଥିବା ଦୁର୍ଘଟଣା, ମାଟି ତଳେ ଲୁଚି ରହିଥିବା କୋଇଲା ଓ ଧାତବ ପଦାର୍ଥ ଠାବ କରାଯାଇପାରୁଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପ୍ରଶାନ୍ତ ମହାନ୍ତି, ଜୀବନ ମହାନ୍ତି, ରିତେଶ ଶର୍ମା, ନିଳେନ୍ଦ୍ର ଗଜେନ୍ଦ୍ର ଓ ଅଜୟ ଶର୍ମା ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିମାନେ ସମାଜର ବୃହତ୍ତର ସ୍ବାର୍ଥକୁ ଜଗିବା, ନିଜ ଚିନ୍ତାଧାରାର ପରିବର୍ତ୍ତନ ପୂର୍ବକ ସତ୍ୟନିଷ୍ଠ ଭାବେ ସମ୍ବାଦ ପରିବେଷଣ କରିବା, ସାଧାରଣ ଲୋକଙ୍କ ଅଧିକାର ଅକ୍ଷୁର୍ଣ୍ଣ ରଖିବା ଦିଗରେ ଦାୟିତ୍ବ ତୁଲାଇବା ସମ୍ପର୍କରେ ନିଜ ନିଜର ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରବନ୍ଧକ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ଲଙ୍କେଶ୍ବର ଅମାତଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ, ବୁଦ୍ଧିଜୀବୀ , ଆଇନଜୀବୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ତଥା ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details