ଓଡିଶା

odisha

By

Published : Sep 17, 2020, 11:12 PM IST

ETV Bharat / state

ଜାତୀୟ ଫୁଟବଲ ଖେଳାଳି ତନୁଜାଙ୍କୁ ମିଳିଲା ଚାକିରୀ

ଜାତୀୟ ମହିଳା ଫୁଟବଲ ଖେଳାଳି ଛେଳି ଚରାଇବା ସହ ଅବହେଳିତ ହୋଇ ଜୀବନ ଜାପନ କରୁଥିବା ବିଷୟରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ରହିଥିଲେ ।

ଜାତୀୟ ଫୁଟବଲ ଖେଳାଳୀ ତନୁଜାଙ୍କୁ ମିଳିଲା ଚାକିରୀ
ଜାତୀୟ ଫୁଟବଲ ଖେଳାଳୀ ତନୁଜାଙ୍କୁ ମିଳିଲା ଚାକିରୀ

ଝାରସୁଗୁଡା: ଦେବାଡ଼ିହି ଗ୍ରାମର ତଥା ଜାତୀୟ ମହିଳା ଫୁଟବଲ ଖେଳାଳି ତନୁଜା ବାଗଙ୍କୁ ଆଜି ବେଦାନ୍ତର ସହଯୋଗୀ ଅଂଶୀଦାର ସଂସ୍ଥା ଜେଏମଡି ଘରୋଇ ସଂସ୍ଥା ସ୍ପୋର୍ଟ୍ସ-କୋଅଡିନେଟର ରୂପେ ଯୋଗଦାନ କରିବା ପାଇଁ ଏକ ଚୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହି ଚୁକ୍ତିନାମା ପତ୍ର ବେଦାନ୍ତର ସିିିିଇଓ ଛବିନାଥ ସିଂ ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ପତ୍ର ଦିଆଯାଇଛି ।

ଜାତୀୟ ଫୁଟବଲ ଖେଳାଳୀ ତନୁଜାଙ୍କୁ ମିଳିଲା ଚାକିରୀ

ବେଦାନ୍ତର CSR କ୍ରମରେ ଓ ବେଦନ୍ତର ଆଖପାଖ ରହିଥିବା ଗାଁ ଖେଳାଳିମାଙ୍କୁ ଫୁଟବଲ ଖେଳାଳୀଙ୍କୁ ତାଲିମ ଦେବେ । ଏଥିପାଇଁ ତନୁଯାଙ୍କୁ ମାସିକ କୋଡିଏ ହଜାର (20000) ଟଙ୍କା ଦିଆଯିବ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ରହିଛି ।


ପ୍ରକାଶ ଥାଉକି ଜାତୀୟ ମହିଳା ଫୁଟବଲ ଖେଳାଳି ଛେଳି ଚରାଇବା ସହ ଅବହେଳିତ ହୋଇ ଜୀବନ ଯାପନ କରୁଥିବା ବିଷୟରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ରହିଥିଲେ । ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ତନୁଯା ସରକାରୀ ଚାକିରୀ ପାଇଁ ଅନେକ ଆଶା କରିଥିବା ବେଳେ ହତାଶ ହୋଇ ଶେଷରେ ଏକ ଘରୋଇ କମ୍ପାନୀରେ sports coordinator ରୂପେ ନିଯୁକ୍ତି ପାଇଛନ୍ତି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details