ଝାରସୁଗୁଡା:ବହୁଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା । କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । କଡା ସୁରକ୍ଷା ବଳୟ ଭିତରେ ଆଜି(ଗୁରୁବାର) ଝାରସୁଗୁଡା ଏସଡିଜେଏମ କୋର୍ଟରେ ଗୋପାଳ ଦାସ ହାଜର ହୋଇଛି । ସକାଳୁ ଗୋପାଳକୁ ଚୌଦ୍ବାର ଜେଲରୁ ଝାରସୁଗୁଡା ଅଣାଯାଇଥିଲା । ଗତ ଜାନୁୟାରୀ ୨୯ ତାରିଖରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗୋପାଳ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଛି ।
ଏହାମଧ୍ୟ ପଢନ୍ତୁ: Naba Das Murder: 543 ପୃଷ୍ଠାର ଚାର୍ଜସିଟ ଦାଖଲ, ବ୍ୟକ୍ତିଗତ ଆକ୍ରୋଶରୁ ନବଙ୍କ ଜୀବନ ନେଲା ଗୋପାଳ
ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ଜେଏମଏଫସି କୋର୍ଟରେ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିସାରିଛି । ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ନେଇ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ସେହିପରି ହତ୍ୟାକାଣ୍ଡ ସମୟରେ ଗୋପାଳର ମାନସିକ ସ୍ଥିତି ପୁରା ଠିକ୍ ଥିଲା । ହତ୍ୟା ପାଇଁ ସେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା ମଧ୍ୟ କୁହାଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଅଭିଯୁକ୍ତ ଗୋପାଳକୁ ଚୌଦ୍ୱାର ଜେଲରେ ରଖାଯାଇ ଥିବାବେଳେ ଆଜି ପ୍ରଥମ ଥର ପାଇଁ ତାକୁ କୋର୍ଟରେ ହାଜର କରାଯାଇଛି ।