ଓଡିଶା

odisha

ETV Bharat / state

Naba Das Murder Case: ଗୋପାଳର ଓକିଲ କହିଲେ ଦରକାର ପଡ଼ିଲେ ସୁପ୍ରିମକୋର୍ଟ୍‌ ଯିବୁ - ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି କଡ଼ା ସୁରକ୍ଷା ବଳୟରେ କଟକ ଚୌଦ୍ବାର କୋର୍ଟରୁ ଆଣି ଝାରସୁଗୁଡ଼ା ଏଡିଜେ କୋର୍ଟ୍‌ରେ ହାଜର କରାଯାଇଛି । ଆଜି ନିଜ ତରଫରୁ ଓକିଲ ନିଯୁକ୍ତ କରିଛି ଗୋପାଳ । ତେବେ ଗୋପାଳ ବିରୋଧରେ ଚାର୍ଜଫ୍ରେମ୍‌ର ଶୁଣାଣି ଆଜି ହୋଇ ପାରିନାହିଁ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ଏଡିଜେ କୋର୍ଟରେ ଗୋପାଳ
ଝାରସୁଗୁଡ଼ା ଏଡିଜେ କୋର୍ଟରେ ଗୋପାଳ

By

Published : Aug 9, 2023, 4:21 PM IST

ଝାରସୁଗୁଡ଼ା ଏଡିଜେ କୋର୍ଟରେ ଗୋପାଳ

ଝାରସୁଗୁଡ଼ା: କଡ଼ା ସୁରକ୍ଷା ବଳୟରେ ଆଜି ଝାରସୁଗୁଡା ଏଡିଜେ କୋର୍ଟରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ହାଜର କରାଯାଇଛି । ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ସକାଳୁ ଚୌଦ୍ବାର ଜେଲରୁ ଝାରସୁଗୁଡା ଅଣାଯାଇଛି । ପୂର୍ବରୁ ସରକାରୀ ଓକିଲ ନରେଶ ନାୟକଙ୍କୁ ଏହି କେସ୍‌ରେ ଷ୍ଟେଟ୍‌ ଡିଫେନ୍ସ କାଉନ୍ସିଲ ଭାବେ ନିଯୁକ୍ତ କରିଥଲେ କୋର୍ଟ । ତେବେ ଆଜି ଗୋପାଳ ମଧ୍ୟ ନିଜ ତରଫରୁ ବ୍ରହ୍ମପୁରର ଓକିଲ ମହେଶ ଜେନା ଓ ତାଙ୍କ ସହଯୋଗୀଙ୍କୁ ନିୟୋଜିତ କରିଛନ୍ତି ।

ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ସୁରକ୍ଷା ଦାୟୁତ୍ବରେ ଥିବା ଏଏସ୍‌ଆଇ ଗୋପାଳ ଦାସ । ନବ ଦାସଙ୍କୁ ଗୁଳି କରିବା ପରେ ତୁରନ୍ତ ବ୍ରଜରାଜନଗର ପୋଲିସ ଗୋପାଳକୁ କାବୁ କରି ନେଇଥିଲା । ପରେ ଏହି ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ କୋର୍ଟରେ ଦାଖଲ ହୋଇସାରିଛି । ଆଜି ଚାର୍ଜଫ୍ରେମ୍‌ରେ ଗୋପାଳର ଶୁଣାଣି ହେବାର ଥିଲା । ଏଥିପାଇଁ କଡ଼ା ସୁରକ୍ଷା ବଳୟରେ ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ବାର ଜେଲରୁ ଆଣି ଝାରସୁଗୁଡା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Naba Das Murder Case: ସାମ୍ନାକୁ ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ, ଗୋପାଳକୁ ଡରାଇଥିଲେ ମନୋଜ !

ତେବେ ଆଜି ଚାର୍ଜଫ୍ରେମ୍‌ରେ ଗୋପାଳର ଶୁଣାଣି ହେବା ପୂର୍ବରୁ ତାଙ୍କ ଓକିଲ ନରେଶ ନାୟକ ଡିସ୍‌ଚାର୍ଜ୍‌ ପିଟିସନ ଦାଖଲ କରିଥିଲେ । ଅନ୍ୟପଟେ ଗୋପାଳ ମଧ୍ୟ ନିଜ ତରଫରୁ ଆଜି ବ୍ରହ୍ମପୁରର ଓକିଲ ମହେଶ ଜେନା ଓ ତାଙ୍କ ସହଯୋଗୀଙ୍କୁ ନିୟୋଜିତ କରିଥିଲେ । ଯେହେତୁ ଡିସ୍‌ଚାର୍ଜ୍‌ ପିଟିସନ ଦାଖଲ ହୋଇଥିଲା, ସେଥିପାଇଁ ଆଜି ମଧ୍ୟ ଚାର୍ଜଫ୍ରେମ୍‌ ହୋଇ ପାରି ନାହିଁ । ତେଣୁ ଗୋପାଳଙ୍କ ଓକିଲ ଶୁଣାଣି ପାଇଁ ଆଉ ଏକ ତାରିଖ ଆବେଦନ କରିଥିଲେ । ତେବେ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୧ ତାରିଖ ଧାର୍ଯ୍ୟ କରିଛନ୍ତି । ଏନେଇ ଗୋପାଳ ତରଫରୁ ନିୟୋଜିତ ଓକିଲ ମହେଶ ଜେନା କହିଛନ୍ତି, "ଗୋପାଳଙ୍କ ବିରୋଧରେ ଲାଗିଥିବା ସମସ୍ତ ଧାରାକୁ ଆମେ ଅଗ୍ରାହ୍ୟ କରୁଛୁ । ଯଦି ପରବର୍ତ୍ତୀ ଶୁଣାଣିରେ ଗୋପାଳଙ୍କୁ ଡିସ୍‌ଚାର୍ଜ୍‌ ନେଇ ଦାୟର ହୋଇଥିବା ପିଟିସନ ଖାରଜ କରାଯାଏ, ତେବେ ଆମେ ହାଇକୋର୍ଟ୍‌ରେ ଗୋପାଳଙ୍କୁ ନିର୍ଦ୍ଦୋଷରେ ଖଲାସ ପାଇଁ ଆବେଦନ କରିବୁ ।" ଏପରିକି ଆବଶ୍ୟକ ପଡ଼ିଲେ ଆମେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯିବୁ ବୋଲି କହିଛନ୍ତି ଓକିଲ ମହେଶ ଜେନା ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details