ଓଡିଶା

odisha

ETV Bharat / state

Naba Das Murder Case: ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ - ମହେଶ ଜେନାଙ୍କୁ ଓକିଲ ନିଯୁକ୍ତ

ଝାରସୁଗୁଡା ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ ଦାସ । ଚୌଦ୍ୱାର ଜେଲ୍‌ରୁ ଗୋପାଳକୁ କଡ଼ା ସୁରକ୍ଷା ବଳୟରେ ଝାରସୁଗୁଡା କୋର୍ଟକୁ ଅଣାଯାଇଥିଲା । ଅଧିକ ପଢନ୍ତୁ

Naba Das Murder Case
Naba Das Murder Case

By

Published : Aug 9, 2023, 3:44 PM IST

Naba Das Murder Case

ଝାରସୁଗୁଡା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା। ଝାରସୁଗୁଡା ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ ଦାସ । ଚୌଦ୍ୱାର ଜେଲରୁ ଗୋପାଳକୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା କୋର୍ଟକୁ ଅଣାଯାଇଥିଲା । ସେହିପରି ଏଥର ନିଜସ୍ୱ ଓକିଲ ନିଯୁକ୍ତ କରିଛି ଗୋପାଳ । ମହେଶ ଜେନାଙ୍କୁ ଓକିଲ ନିଯୁକ୍ତ କରିଛି ଗୋପାଳ । ପୂର୍ବରୁ ସରକାରୀ ଓକିଲ ନରେଶ ନାୟକଙ୍କୁ ନିଯୁକ୍ତ କରିଥିଲେ କୋର୍ଟ ।

ଏହା ମଧ୍ୟ ପଢନ୍ତୁ- Naba Das Murder Case: ଓପିଡି ଟିକେଟ୍‌ ଖୋଲିଲା ଗୁମର, ଘଟଣାସ୍ଥଳରେ ହୋଇଛି ମୃତ୍ୟୁ !

ସେପଟେ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ନାଁରେ ଚାର୍ଜ ଫ୍ରେମ କରାଯିବ । ଗତ ଜୁଲାଇ 26 ତାରିଖରେ ଗୋପାଳ ନାଁରେ କ୍ରାଇମବ୍ରାଞ୍ଚ କରିଥିବା ଅଭିଯୋଗ ପତ୍ର ଦାଖଲ ସମୟରେ ଗୋପାଳ ଦାସକୁ କୋର୍ଟରେ ହାଜର କରାଯାଇଥିଲା । ସେହିଦିନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ମାମଲାର ଶୁଣାଣୀ କରିବେ ବୋଲି ସେସନ୍ସ ଜଜ୍‌ ନିର୍ଦ୍ଦେଶ ଦେବାପରେ ଗୋପାଳ ନାଁରେ ଚାର୍ଜଫ୍ରେମ କରିବାକୁ ଅଦାଲତ ଦିନ ଧାର୍ଯ୍ୟ କରିଥିଲେ । ସେଥିପାଇଁ କଡ଼ା ସୁରକ୍ଷା ବଳୟରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ସକାଳୁ ଚୌଦ୍ୱାର ଜେଲ୍‌ରୁ ଝାରସୁଗୁଡା ଅଣାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- Naba Das Murder Case: ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର ହେଲା ଗୋପାଳ, ୮ରେ ଶୁଣାଣି

ତେବେ ଜାନୁଆରୀ 29 ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ନବଦାସଙ୍କୁ ଗୁଳି ମାରି ହତ୍ୟା କରିଥିଲା ASI ଗୋପାଳ ଦାସ । ନବ ଦାସଙ୍କୁ ଗୁଳି ମାରିବା ପରେ ତୁରନ୍ତ ବ୍ରଜରାଜନଗର ପୋଲିସ ଗୋପାଳକୁ କାବୁ କରି ନେଇଥିଲା । ପରେ ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ଏହାରି ମଧ୍ୟରେ ଗତ ମେ' 26 ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ୍‌ କୋର୍ଟରେ ଦାଖଲ ହୋଇ ସାରିଛି ।

ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ନେଇ ଚାର୍ଜସିଟରେ ଉଲ୍ଲେଖ କରାଯାଇଥିଲା । ସେହିପରି ହତ୍ୟାକାଣ୍ଡ ସମୟରେ ଗୋପାଳର ମାନସିକ ସ୍ଥିତି ପୁରା ଠିକ୍ ଥିଲା । ହତ୍ୟା ପାଇଁ ସେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା ମଧ୍ୟ କୁହାଯାଇଥିଲା । ସେହିପରି ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲ୍‌ରେ ରଖାଯାଇ ଥିବା ବେଳେ ଆଜି ତୃତୀୟ ଥର ପାଇଁ କୋର୍ଟରେ ହାଜର ହୋଇଛି । ଗୋପାଳ ନାଁରେ ଆଜି ଚାର୍ଜଫ୍ରେମ ହେବାପରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଏହି ମାମଲାର ଶୁଣାଣୀ ଆରମ୍ଭ ହେବ ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details