ଝାରସୁଗୁଡା:ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତନଘନା କରୁଛି କ୍ରାଇମବ୍ରାଞ୍ଚ । କାହିଁକି ଗୋପାଳ ଦାସ ମନ୍ତ୍ରୀଙ୍କୁ ଗୁଳି କଲା ତାହା ପଛର ରହସ୍ୟ ଖୋଲିବାକୁ ଟିମ୍ ତଦନ୍ତ ଚଳାଇଛି । ଏନେଇ ଗତକାଲି (ବୁଧବାର) ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡା ବିମାନ ବନ୍ଦର ଥାନାରେ ପହଞ୍ଚି ଖୋଳଡାଡ଼ କରିଛି । କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଟିମ୍ ହତ୍ୟାକାଣ୍ଡ ପଛର କିଛି ସୁରାଗ ସନ୍ଧାନରେ ରାତି ଅଧିଆ ଥାନା ପରିସରରେ ଥିବା ଏକ ପାଇଖାନା ଟ୍ୟାଙ୍କିକୁ ଖୋଳିଛି । ଏଠାରେ ଟିମ୍ ଗୋପାଳ ଲେଖିଥିବା ହାତ ଲେଖା ଚିଠି ଖୋଜୁଥିବା କୁହାଯାଇଛି । ସେହିପରି କିଛି ଗୁରୁତ୍ୱପୂର୍ଣ ତଥ୍ୟ ସନ୍ଧାନରେ ବିମାନ ବନ୍ଦର ଥାନାରେ ପୁଣି ଆଜି ମଧ୍ୟ ଖୋଳା ଚାଲିଛି ସ୍ଵରାଜ ଟ୍ୟାଙ୍କ। ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚର ଡିଏସପି ଆର.କେ. ଡୋରା ଓ ଅନ୍ୟ ଅଧିକାରୀଙ୍କ ସମେତ ଝାରସୁଗୁଡା ଏସ.ପି ମଧ୍ୟ ରହିଛନ୍ତି ।
ସୂଚନା ମୁତାବକ, ଗତକାଲି ଅଭିଯୁକ୍ତ ଗୋପାଳ ଦାସଙ୍କୁ OSAP ଦ୍ଵିତୀୟ ବାଟାଲିୟନ ଠାରେ ଜେରା କରାଯିବା ପରେ ହାତଲେଖା ଚିଠି ସମ୍ପର୍କରେ କୌଣସି ସୁରାଗ ମିଳିଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ସେହି ଚିଠି ଖୋଜିବା ପାଇଁ ରାତି ଅଧିଆ ଝାରସୁଗୁଡା ବିମାନ ବନ୍ଦର ଥାନାରେ ପହଞ୍ଚି ପାଇଖାନା ଟାଙ୍କି ଖୋଳିଛି । ତେଣୁ ଏହି ଟାଙ୍କିରେ ହତ୍ୟା ରହସ୍ୟ ଲୁଚିଥିବା ଏବେ ଚର୍ଚ୍ଚା ହେଉଛି । ଏଥିସହ ଅନ୍ୟପଟେ ଗତକାଲି ଗୋପାଳକୁ ଦାସଙ୍କୁ ଜେରା ସମୟରେ କ୍ରାଇମବ୍ରାଞ୍ଚ ଦଳ ବଡ ସୁରାଗ ଖୋଜୁଥିବା ନେଇ ସୂଚନା ଦେଇଥିଲା।
ଏହାମଧ୍ୟ ପଢନ୍ତୁ: ନବ ଦାସ ହତ୍ୟା ଘଟଣାର ତଦନ୍ତ ସ୍ୱତନ୍ତ୍ର ଏଜେନ୍ସି କରୁ: କନକ ବର୍ଦ୍ଧନ ସିଂହ ଦେଓ