ଓଡିଶା

odisha

ଜନ୍ମମାଟିରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର

By

Published : Jan 30, 2023, 12:17 PM IST

Updated : Jan 30, 2023, 12:52 PM IST

ଝାରସୁଗୁଡାରେ ପହଞ୍ଚିଲା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାଥିବ ଶରୀର। ଅଧିକ ପଢନ୍ତୁ

Last Journey of naba das
Last Journey of naba das

ଜନ୍ମମାଟିରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର
ଅନ୍ତିମ ଯାତ୍ରାରେ ନବ ଦାସ

ଝାରସୁଗୁଡା:ଅନ୍ତିମ ଯାତ୍ରାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାଥିବ ଶରୀର। ଭୁବନେଶ୍ବର ବିମାନ ବନ୍ଦରରୁ ବାହାରିବା ପରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଛି ନବ ଦାସଙ୍କ ମୃତଦେହ। ଏହାପରେ ପୈତୃକ ବାସଭବନରେ ପହଞ୍ଚିଥିଲା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ମର ଶରୀର । ପରିବାର ସଦସ୍ୟଙ୍କ ସହ ଶେଷ ଦର୍ଶନ କରୁଛନ୍ତି ପରିବାର ସଦସ୍ୟ। ଆଜି ମୃତଦେହ ପହଞ୍ଚିବା ପରେ ନବ ଦାସଙ୍କ ନାରା ରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ।

ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ନବ ଦାସଙ୍କଙ୍କ ମୃତ ଶରୀର ପହଞ୍ଚିବା ପରେ ସରବାହାଲ ସ୍ଥିତ ତାଙ୍କ ବାସ ଭବନକୁ ଅଣାଯାଇଛି। ଏହାପରେ ପାର୍ଥିବ ଶରୀରକୁ ଶୋଭାଯାତ୍ରା କରାଯାଇ ବେହେରାମାଲ ଛକ ଦେଇ ସହର ପରିକ୍ରମା କରାଯାଇ ଖେରୁଆଲରେ ଶେଷକୃତ୍ୟ ସମ୍ପାଦନ କରାଯିବ । ସ୍ବର୍ଗତ ନବକିଶୋର ଦାସଙ୍କ ଶେଷକୃତ୍ୟରେ ବହୁ ନେତା, ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଯୋଗଦେବେ ବୋଲି ସୂଚନା ମିଳିଛି । ନବକିଶୋର ଦାସଙ୍କ ଦେହାନ୍ତକୁ ନେଇ ଆଜି ଝାରସୁଗୁଡ଼ା ସହରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Naba kishore Das Demise: ସିବିଆଇ ତଦନ୍ତ ଦାବି କଲେ ବିରୋଧି ଦଳ ନେତା ଜୟ ନାରାୟଣ

ଆଜି ଶେଷ କୃତ୍ୟରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ଉପସ୍ଥିତ ରହିବେ। ତେବେ ଜନ୍ମ ସ୍ଥାନରେ ପାଥିବ ଶରୀର ପହଞ୍ଚିବା ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ଭୁବନେଶ୍ବରରେ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଚଳି ଦେଇଥିଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ଏହାପରେ ସକାଳ 10ଟା ସମୟରେ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ନବ ଦାସଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।

ଏହାପରେ ନବଙ୍କ ପାର୍ଥିବ ଶରୀରକୁ ରାଜ୍ୟ ଯୁବ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । କାର୍ଯ୍ୟାଳୟରେ ଦଳର ବିଧାୟକ, ଦଳୀୟ ସମର୍ଥକ ଓ ଶୁଭେଚ୍ଛୁ ଶେଷ ଦର୍ଶନ କରିଥିଲେ । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥିବ ଶରୀରରେ ଦଳୀୟ ପତାକା ପକାଇଥିଲେ । ସେହିପରି ବିଜେଡିର ସାଧାରଣ ସମ୍ପାଦକ ହେର୍ଡ କ୍ବାର୍ଟର ସଞ୍ଜୟ ଦାସବର୍ମା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ନିଆଯାଇଥିଲା ନବଙ୍କ ପାର୍ଥିବ ଶରୀରକୁ । କଡା ସୁରକ୍ଷାବଳ ମଧ୍ୟରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଥିଲା ମର ଶରୀର। ଏହପରେ ଜନ୍ମ ମାଟିରେ ପହଞ୍ଚିଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଶେଷକୃତ୍ୟ କରାଯିବ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Jan 30, 2023, 12:52 PM IST

ABOUT THE AUTHOR

...view details