ଝାରସୁଗୁଡା : ଆଜିଠାରୁ ଆରମ୍ଭ ହେଉଛି ବିଶ୍ଵର ସବୁଠାରୁ ବଡ ଟୀକାକରଣ କାର୍ଯ୍ୟକ୍ରମ । ଏହି ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କୁ ଭିଡିଓ କନଫେରିନସିଂ ଜରିଆରେ ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ । ଏହି ପରିପ୍ରେକ୍ଷୀରେ ଓଡିଶାରେ ହେଉଥିବା ଟୀକାକରଣର ବିଭିନ୍ନ ଦିଗ ଉପରେ ମନ୍ତ୍ରୀ ଆଲୋଚନା କରିଛନ୍ତି ।
ରାଜ୍ୟରେ ଟୀକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସୂଚନା ଦେଲେ ନବ ଦାସ - କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନଫେରିନସିଂ
ଆଜି ହେଉଥିବା ଟୀକାକରଣ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କୁ ଭିଡିଓ କନଫରେନ୍ସ ଜରିଆରେ ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ । ଅଧିକ ପଢନ୍ତୁ...
ଆଜି ରାଜ୍ୟରେ ପ୍ରଥମ ଦିନରେ ଟୀକା ନେଲେ 13 ହଜାର 292 ସ୍ୱାସ୍ଥ୍ୟ କର୍ମୀ । ସଂଧ୍ୟା 6 ଟା ସୁଦ୍ଧା ରାଜ୍ୟର 161ଟି କେନ୍ଦ୍ରରେ 16 ହଜାର 314 ଜଣଙ୍କୁ ଟୀକାଦାନ ଲକ୍ଷ୍ୟ ରଖାଯାଇଥିଲା । ପ୍ରଥମ ଦିନରେ 81 ପ୍ରତିଶତ ଟୀକାଦାନ ହୋଇଥିଲା ବେଳେ ଢେଙ୍କାନାଳରେ ଜଣେ ରୋଗୀଙ୍କ ନିକଟରେ ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ଏଥିସହ କେନ୍ଦ୍ର ସରକାର ଅତିଶୀଘ୍ର 50 ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଟୀକାକରଣ ସମ୍ପର୍କରେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶାବଳୀ ପ୍ରଦାନ କରିବାକୁ ଦାବି କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ