ଓଡିଶା

odisha

ETV Bharat / state

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ କୋରୋନା ନେଇ ବିଭିନ୍ନ ଦାବି ରଖିଲେ ନବ ଦାସ - କୋଭିଡ1 19

nab-das-has-made-various-demands-with-the-union-health-minister-on-the-status-of-covid-19
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ-19ର ସ୍ଥିତି ନେଇ ବିଭିନ୍ନ ଦାବି ରଖିଲେ ନବ ଦାସ

By

Published : May 7, 2020, 4:17 PM IST

Updated : May 7, 2020, 4:59 PM IST

16:00 May 07

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ କୋରୋନା ନେଇ ବିଭିନ୍ନ ଦାବି ରଖିଲେ ନବ ଦାସ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ-19ର ସ୍ଥିତି ନେଇ ବିଭିନ୍ନ ଦାବି ରଖିଲେ ନବ ଦାସ

ଝାରସୁଗୁଡା:  କୋଭିଡ-19 ମୁକାବିଲା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ  ଓଡ଼ିଶାର କୋଭିଡ 19 ସ୍ଥିତି ସମ୍ପର୍କରେରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହ ସହ ବିଭିନ୍ନ ଦାବି ରଖିଥିଲେ । ପ୍ରବାସୀ ଓଡ଼ିଆଙ୍କୁ ଓଡିଶା ଆସିବା ପୂର୍ବରୁ ସେହି ରାଜ୍ୟରେ କୋଭିଡ ପରୀକ୍ଷା କରିବାକୁ ଦାବି ରଖିଛନ୍ତି ।  

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନଫେରେନ୍ସିଂରେ ଆଲୋଚନା ସମୟରେ କେନ୍ଦ୍ର ସରକାରଙ୍କ ଏସଓପିରେ ଉଲ୍ଲେଖ ରହିଥିବା ପ୍ରବାସୀଙ୍କ ସ୍କ୍ରିନିଂ ବଦଳରେ କୋଭିଡ ପରୀକ୍ଷା କରାଇ ସାର୍ଟିଫିକେଟ ପ୍ରଦାନ କରି ରାଜ୍ୟକୁ ପଠାଇଲେ ତାହା ରାଜ୍ୟ ପାଇଁ ମଙ୍ଗଳ ହେବ ବୋଲି କହିଛନ୍ତି ନବାଦାସ । ଏଥିସହ ଓଡିଶାକୁ ପ୍ରବାସୀ ଓଡ଼ିଆଙ୍କ ଆସିବା ସଂଖ୍ୟା ବୃଦ୍ଧି ହୋଇଛି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଶତକଡା 4 ଭାଗ ଲୋକଙ୍କ ଠାରେ କୋରୋନା ଭୁତାଣୁ ଚିହ୍ନଟ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି  । ତ୍ବରିତ ପରୀକ୍ଷା ପାଇଁ ଟେଷ୍ଟିଂ କିଟ ଯୋଗାଇବା, ଆଇଏମସିଆର ଟେଷ୍ଟିଙ୍ଗ ନିୟମ କୋହଳ କରିବା, ରାଜ୍ୟକୁ ଅଧିକ PPE ଯୋଗାଇବାକୁ ଦାବି କରିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ । 

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : May 7, 2020, 4:59 PM IST

ABOUT THE AUTHOR

...view details