ଓଡିଶା

odisha

ETV Bharat / state

ଝାରସୁଗୁଡ଼ାରେ ନିର୍ବାଚନ ପ୍ରସ୍ତୁତି ଶେଷ: ମହିଳାଙ୍କ ପାଇଁ ପିଙ୍କ ବୁଥ

ଝାରସୁଗୁଡା ଜିଲ୍ଲାର ତିନୋଟି ପୌର ପରିଷଦ ନିର୍ବାଚନର ପ୍ରଚାର ଶେଷ ହୋଇଛି। ଭୋଟ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଧିକ ପଢନ୍ତୁ

ଝାରସୁଗୁଡ଼ାରେ ନିର୍ବାଚନ ନେଇ ପ୍ରସ୍ତୁତି ଶେଷ: ମହିଳାଙ୍କ ପାଇଁ ପିଙ୍କ ବୁଥର ବ୍ୟବସ୍ଥା
ଝାରସୁଗୁଡ଼ାରେ ନିର୍ବାଚନ ନେଇ ପ୍ରସ୍ତୁତି ଶେଷ: ମହିଳାଙ୍କ ପାଇଁ ପିଙ୍କ ବୁଥର ବ୍ୟବସ୍ଥା

By

Published : Mar 23, 2022, 6:10 PM IST

ଝାରସୁଗୁଡା:ଜିଲ୍ଲାର ତିନୋଟି ପୌର ପରିଷଦ ନିର୍ବାଚନର ପ୍ରଚାର ଶେଷ ହୋଇଛି । ଭୋଟ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଝାରସୁଗୁଡ଼ା ପୌର ପରିଷଦରେ ମୋଟ ୨୪ଟି ୱାର୍ଡ଼ ପାଇଁ ୮୪ଟି ବୁଥ ରହିଥିବା ବେଳେ ଭୋଟର ସଂଖ୍ୟା ରହିଛି ୭୫୪୫୮ । ଝାରସୁଗୁଡ଼ାର ୱାର୍ଡ଼ ନମ୍ବର ୫ର ତେଲିଭଟାର ଗୋଟିଏ, କବର ସ୍ଥାନ ପଡ଼ାରର ୨ଟି ବୁଥ ଓ ବିଟିଏମ୍ ସ୍ଥିତ ଭାସ୍କର ବିଦ୍ୟାପୀଠରେ ୩ଟି ବୁଥ୍ସ ସମ୍ବେଦନଶୀଳ ରହିଛି । ବେହେରାମାଲ ସ୍ଥିତ ସେବାଶ୍ରମ ସ୍କୁଲରେ ଥିବା ୩ଟି ବୁଥକୁ ପିଙ୍ଗ ବୁଥ କରାଯାଇଛି । ସମସ୍ତ ୮୪ଟି ବୁଥରେ ଜଣେ ଲେଖାଏଁ ପ୍ରଜାଇଡିଂ ଅଫିସର୍‌, ଜଣେ ଜଣେ ଲେଖାଏଁ ଫାଷ୍ଟ ପୁଲିଂ ଅଫିସର ଓ ସେକେଣ୍ଡ ପୋଲିଂ ଅଫିସର ମୋଟ ୨୫୨ ଜଣ ଅଧିକାରୀ ରହିଛନ୍ତି । ୨୫ ଜଣ ଅଧିକାରୀ ରିଜର୍ଭରେ ରହିଛନ୍ତି।

ଝାରସୁଗୁଡ଼ାରେ ନିର୍ବାଚନ ନେଇ ପ୍ରସ୍ତୁତି ଶେଷ: ମହିଳାଙ୍କ ପାଇଁ ପିଙ୍କ ବୁଥର ବ୍ୟବସ୍ଥା

ବେଲପାହାଡ଼ ପୌର ପରିଷଦର ୧୯ଟି ୱାର୍ଡ଼ରେ ୩୫ଟି ବୁଥ୍ ରହିଛି । ଭୋଟର୍ ସଂଖ୍ୟା ରହିଛନ୍ତି ୨୭୦୮୭ । ସମସ୍ତ ୩୫ଟି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ସମେତ ୪ଜଣ ପୋଲିଙ୍ଗ ଅଧିକାରୀ ଓ ଜଣେ ସୁରକ୍ଷା କର୍ମୀ ରହିଛନ୍ତି । ସେହିଭଳି ବ୍ରଜରାଜନଗରରେ ୨୩ଟି ୱାଡ଼ ରହିଥିବା ବେଳେ, ୬୮ଟି ବୁଥ ରହିଛି ଓ ୫୮୨୩୭ ଜଣ ଭୋଟର ରହିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details