ଝାରସୁଗୁଡା: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ପୋଲିସ ସଫଳ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି। ତେଣୁ ଏନେଇ ରବିବାର ଝାରସୁଗୁଡ଼ା ଜିଲ୍ଲାର, ଜିଲ୍ଲାବାସୀଙ୍କ ଘରକୁ ଯାଇ ଏହି ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ସେନେଇ ତୃଣମୂଳସ୍ତରରେ ତଦାରଖ କରିଛନ୍ତି ପୋଲିସ।
ମୋ ସରକାର ଯୋଜନାକୁ ସଫଳ କରିବାକୁ ପୋଲିସ ବିଭାଗର ପ୍ରୟାସ - ଝାରସୁଗୁଡ଼ା ଜିଲ୍ଲାରେ ମୋ ସରକାର ଯୋଜନାର ତଦାରଖ କଲେ ପୋଲିସ
ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବାକୁ ପ୍ରୟାସ କରିଛି ରାଜ୍ୟ ପୋଲିସ ବିଭାଗ।
ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ଏହାପରେ ଅଭିଯୋଗକାରୀଙ୍କ ଘରକୁ ଯାଇ ମତାମତ ନେଇଛନ୍ତି ସମ୍ବଲପୁର DIG ହିମାଂଶୁ ଲାଲ ଏବଂ ଝାରସୁଗୁଡା ଏସପି ଅଶ୍ୱିନୀ କୁମାର ମହାନ୍ତି।
ତେବେ ପୋଲିସ ବିଭାଗ 5T ସାହାର୍ଯ୍ୟରେ ଏହି କାର୍ଯ୍ୟକ୍ରମ କରି ଜନତାଙ୍କ ଆସ୍ଥାଭାଜନ କରାଇବାକୁ ପ୍ରୟାସ କରୁଛନ୍ତି।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ
TAGGED:
mo sarkar yojana