ଝାରସୁଗୁଡ଼ା: ବେଲପାହାଡ଼ସ୍ଥିତ ଟିଆରଏଲ କ୍ରୋସକି ପକ୍ଷରୁ ଜିଲ୍ଲାସ୍ତରୀୟ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁସ୍ଥ ସମାଜ ସହ ସୁସ୍ଥ ଶରୀର ଗଠନ ଏହି ମାରାଥନର ମୂଳ ଉଦ୍ଦେଶ୍ୟ । ବେଲପାହାଡ଼ ଗୁମାଡେରା ଖେଳପଡ଼ିଆ ପରିସରରୁ ଏହି ଗଣଦୌଡ ଆରମ୍ଭ ହୋଇ ବେଲପାହାଡ଼ ଫାଟକ ଛକ ପର୍ଯ୍ୟନ୍ତ ଯାଇଥିଲା ।
ଏଥିରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ମିନି ମାରାଥନ ପାଇଁ ୫ ଓ ୧୦ କିମି ପାଇଁ ଉଭୟ ମହିଳା ଓ ପୁରୁଷ ବର୍ଗ ଭାଗ ନେଇଥିଲେ । ଟିଆରଏଲ କ୍ରୋସକିର ମୁଖ୍ୟ ନିର୍ଦ୍ଦେଶକ ଯୋଗଦେଇ ଏହି ମାରାଥନର ଶୁଭାରମ୍ଭ କରିଥିଲେ ।