ଝାରସୁଗୁଡ଼ା:ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିଛି । ଏହାପରେ ୟୁକ୍ରେନରେ ୧୮ ହଜାରରୁ ଅଧିକ ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ଓ ନାଗରିକ ମଧ୍ୟ ସାମିଲ ଅଛନ୍ତି । ଯେଉଁଥିରେ ଝାରସୁଗୁଡ଼ା ବନ୍ଧବାହାଲ ଅଞ୍ଚଳର ୨୦ ଜଣ ଛାତ୍ରଛାତ୍ରୀ ମଧ୍ୟ ସାମିଲ ରହିଛନ୍ତି ।
ତେବେ ଏହି ଛାତ୍ରଛାତ୍ରୀ ସେଠାରେ ନିଜକୁ ଅସୁରକ୍ଷିତ ମଣୁଥିବା ନେଇ ସୂଚନା ନିଜ ପରିବାରକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନେ ସୁରକ୍ଷିତ ରହିଛନ୍ତି । ତେବେ ଏହି ଯୁଦ୍ଧ ଆରମ୍ଭ ହେବାପରେ ଚିନ୍ତାରେ ପଡ଼ି ଯାଇଛନ୍ତି ଅଭିଭାବକ । ୟୁକ୍ରେନ୍ରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ୍ ଶୀଘ୍ର ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଅଭିଭାବକ ।