ଝାରସୁଗୁଡା:ପାଇଖାନା ସେଫଟି ଟାଙ୍କିରୁ ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର ହୋଇଛି । ଯୁବକ ଜଣକ 2020 ମସିହା ଜୁନ ମାସ 16 ତାରିଖରେ ନିଖୋଜ ହୋଇଥିବା ଝାରସୁଗୁଡା ଜିଲ୍ଲା ବନହରପାଳି ପୋଲିସ ସୂଚନା ଦେଇଛି । ତେବେ ମୃତ ଯୁବକ ଜଣକ ସୁନ୍ଦରଗଡ଼ ଲହୁଣୀପଡା ଆମତାପାଳିର ଡମ୍ବରୁଧର ପାତ୍ର ବୋଲି ଜଣା ପଡ଼ିଛି l
ସୂଚନା ମୁତାବକ, ଡମ୍ବରୁଧରଙ୍କୁ ତାଙ୍କ ସ୍ତ୍ରୀ ଦମୟନ୍ତୀ ନାୟକ ଓ ଶଳା ଲମ୍ବୋଦର ନାୟକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି l ଏଥିସହ ଅଭିଯୁକ୍ତ ଦ୍ବୟ ଡମ୍ବରୁଧରଙ୍କୁ ହତ୍ୟା କରି ବନ୍ଧବାହାଲ ସ୍ଥିତ ତାଙ୍କ ଘର ପାଇଖାନାର ସେଫଟି ଟାଙ୍କିରେ ପୋତି ଦେଇଥିଲେ l ଦୁଇବର୍ଷ ପରେ ପୋଲିସ ସେଫଟି ଟାଙ୍କି ଖୋଲି ଡମ୍ବରୁଧରଙ୍କ କଙ୍କାଳ ଉଦ୍ଧାର କରିଛି l ତେବେ କିଛି ଦିନ ତଳେ ପୋଲିସ ଡମ୍ବୁରଧରଙ୍କ ମୋବାଇକୁ ଟ୍ରାକ କରିଥିଲା। ଆଉ ତା' ପରେ ଡମ୍ବୁରଙ୍କ ମୋବାଇଲ ସିଗ୍ନାଲର ଲାଷ୍ଟ ଲୋକେସନ ଟ୍ରାକ୍ କରିଥିଲା ପୋଲିସ । ଖୋଜିଖୋଜି କରି ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କରିବାରେ ସଫଳ ହୋଇଛି । ପୋଲିସ ଡମ୍ବରୁଧରଙ୍କ ପତ୍ନୀଙ୍କୁ ଜେରା କରିବା ବେଳେ ସାମ୍ନାକୁ ଆସିଥିଲା ଡମ୍ବୁରଙ୍କ ଶଳା ତଥା ଦମୟନ୍ତୀଙ୍କ ଭାଇ ଲମ୍ବୋଧରଙ୍କ ନାମ।