ଝାରସୁଗୁଡା:ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ବାବା ମଠିଆ ଅଞ୍ଚଳରୁ ଡକାୟତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ କଲା ପୋଲିସ । ୩ ତାରିଖ ଦିନ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ, ସୁନା ମୁଦି, ରୁପା ବ୍ରେସଲେଟ, ଘଣ୍ଟା ଡକାୟତି ଘଟଣାରେ ଆଜି ଓରିଏଣ୍ଟ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ଉମେଶ କୁମାର ୟାଦବ ଓରଫ ଭାଇଜାନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଗତ 3 ତାରିଖ ଦିନ ଉମେଶ ତାର ଦୁଇ ଜଣ ସହଯୋଗୀଙ୍କ ସହଯୋଗରେ ସମ୍ବଲପୁରର ନୀଳ ମାଧଵ ମିଶ୍ରଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ କରିଥିଲେ ।
ତେବେ ଏହି ଘଟଣା ପରେ ଭୟରେ ନୀଳ ମାଧଵ ମିଶ୍ର ସମ୍ବଲପୁର ପଳେଇ ଯାଇଥିଲା । ହେଲେ ଗତକାଲି ଆସି ଓରିଏଣ୍ଟ ଥାନା ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇବାରେ SDPOଙ୍କ ନେତୃତ୍ୱରେ ଓରିଏଣ୍ଟ ପୋଲିସ ତଦନ୍ତ କରି ଉମେଶକୁ ଗିରଫ କରିଛି । ଏଥିସହ ଅପରାଧରେ ବ୍ୟବହୃତ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ।