ଓଡିଶା

odisha

ETV Bharat / state

Mahanadi Water Dispute: ଝାରସୁଗୁଡ଼ାରେ ପହଞ୍ଚିଲା ଟ୍ରିବ୍ୟୁନାଲ ଟିମ, କ୍ଷେତ୍ର ପରିଦର୍ଶନ ଜାରି - ଟ୍ରିବ୍ୟୁନାଲ

ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳ ବିବାଦକୁ ନେଇ ଗଠନ ହୋଇଥିବା ଟ୍ରିବ୍ୟୁନାଲ ଟିମ୍‌ ଆଜି ସକାଳୁ ଝାରସୁଗୁଡ଼ାରେ ପହଞ୍ଚିଛି । ଏହାପରେ ସେମାନେ ଜିଲ୍ଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 22, 2023, 3:51 PM IST

Updated : May 22, 2023, 4:29 PM IST

Mahanadi Water Dispute: ଝାରସୁଗୁଡ଼ାରେ ପହଞ୍ଚିଲା ଟ୍ରିବ୍ୟୁନାଲ ଟିମ, କ୍ଷେତ୍ର ପରିଦର୍ଶନ ଜାରି

ଝାରସୁଗୁଡ଼ା:ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀକୁ ନେଇ ଲାଗି ରହିଥିବା ଜଳ ବିବାଦ ମାମଲା । ସମ୍ବଲପୁର, ବରଗଡ଼ ପରେ ମହାନଦୀ ଟ୍ରିବୁନାଲ ଟିମ୍ ଆଜି ଝାରସୁଗୁଡ଼ା ଜିଲ୍ଲାର ରମପେଲା ସେତୁ ଦେଇ ଓପିଜିସି ଇନ୍ଟେକ ପଏଣ୍ଟ ସମେତ ଓପିଜିସି ତାପଜ ବିଦ୍ୟୁତ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ପରେ ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଟ୍ରିବ୍ୟୁନାଲ ଟିମ୍‌ ଜିଲ୍ଲାରେ ପହଞ୍ଚି ମହାନଦୀ ଜଳକୁ କେଉଁ ଶିଳ୍ପ ସଂସ୍ଥା କେତେ ମହାନଦୀର ଜଳକୁ ବ୍ୟବହାର କରୁଛି ତାହାର ଅନୁଧ୍ୟାନ କରିଛନ୍ତି ।

ମହାନଦୀ ଜଳ ବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଥିବା ଏହି ଟିମ୍‌ ପୂର୍ବରୁ ପ୍ରଥମ ଦିନରେ ହୀରାକୁଦ ଡ୍ୟାମ୍, ବୁର୍ଲା ପାୱାର ହାଉସ୍‌ର ସ୍ଥିତି ଅନୁଧ୍ୟାନ କରିବା ପରେ ଗତକାଲି ଚିପିଲିମା ଓ ବରଗଡ଼ର ମୁଖ୍ୟ କେନାଲ ପରିଦର୍ଶନ କରିଥିଲେ । ଏହି ଟିମ୍‌ରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏଏମ ଖନୱାଲିଙ୍କ ନେତୃତ୍ଵରେ ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟ ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର ଓ ୨ଜଣ ଅଧିକାରୀ ସାମିଲ ରହିଛନ୍ତି ।

ଏହା ବି ପଢନ୍ତୁ- ବରଗଡରେ ମହାନଦୀ ଟ୍ରିବୁନାଲ ଟିମ୍, କ୍ଷେତ୍ର ପରିଦର୍ଶନ ଜାରି

ତେବେ ସେମାନେ ଆଜି ସକାଳୁ ଝାରସୁଗୁଡ଼ା ଜିଲ୍ଲାରେ ପହଞ୍ଚି ମହାନଦୀ ଜଳକୁ କେଉଁ ଶିଳ୍ପ ସଂସ୍ଥା କେତେ ମହାନଦୀର ଜଳକୁ ବ୍ୟବହାର କରୁଛି ତାହାର ଅନୁଧ୍ୟାନ କରିଥିଲେ । ଆଜି ମଧ୍ୟାହ୍ନରେ ଝାରସୁଗୁଡ଼ାର ଅରଚାର୍ଡ ହୋଟେଲରେ ଭୋଜନ କରିବା ପରେ ସୁନ୍ଦରଗଡ଼ ଅଭିମୁଖେ ଯାତ୍ରା କରି ମହାନଦୀ ଜଳ ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି । ଏହି ଟ୍ରିବୁନାଲ ଦଳରେ ବିଚାରପତି ଏଏମ ଖନୱାଲିଙ୍କ ନେତୃତ୍ବରେ ଆସିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାପାଳ, ଝାରସୁଗୁଡ଼ା ଏସ୍‌ପି, ସମ୍ବଲପୁର RDCଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

ଏହା ବି ପଢନ୍ତୁ- ଅଣମୌସୁମୀ ସମୟରେ ଛତିଶଗଡ ଓଡ଼ିଶାକୁ ପାଣି ଛାଡୁ, ମହାନଦୀ ବଞ୍ଚାଅ ସତ୍ୟାଗ୍ରହ ଆରମ୍ଭ

ଟ୍ରିବ୍ୟୁନାଲ ଟିମ୍‌ ସ୍ଥିତି ଅନୁଧ୍ୟାନ କରି ଯେଉଁ ରିପୋର୍ଟ ଦେବ ତାହାର ତଥ୍ୟ ଗୁରୁତ୍ବପୂର୍ଣ୍ଣ ହେବ । ଆସନ୍ତାକାଲି ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଟିମ୍‌ ଏହି ସର୍ଭେ କରିବ । ସୂଚନା ଥାଉ କି ଛତିଶଗଡ଼ରୁ ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ମହାନଦୀ ଉପରେ ଓଡ଼ିଶା ୧୯୪୭ ମସିହାରୁ ସମ୍ବଲପୁର ଜିଲ୍ଲାରେ ହୀରାକୁଦ ନଦୀବନ୍ଧ କାମ ଆରମ୍ଭ କରିଥିବା ବେଳେ ଏହା ୧୯୫୩ ମସିହାରୁ କାର୍ଯ୍ୟକାରୀ ହୋଇଥିଲା । ଏହି ନଦୀବନ୍ଧରେ ୧୯୫୩ରୁ ଆଜି ପର୍ଯ୍ୟନ୍ତ ବହୁ ଚାଷୀ କେନାଲ ପାଣି ଜରିଆରେ ଚାଷକାମ କରି ଉପକୃତ ହୋଇଆସୁଥିବା ବେଳେ କିଛି ବର୍ଷ ହେଲା ଛତିଶଗଡ଼ ଉପରମୁଣ୍ଡରେ ମହାନଦୀ ପାଣିକୁ ବାନ୍ଧି ଅଟକାଇ ରଖିଛି । ଫଳରେ ଓଡ଼ିଶାର ହୀରାକୁଦ ଜଳ ଭଣ୍ଡାରରେ ଗ୍ରୀଷ୍ମ ଋତୁରେ ନଦୀପାଣିର ଘୋର ସମସ୍ୟା ଦେଖାଦେଉଛି । ଯାହା ଫଳରେ ଓଡ଼ିଶାରେ ବିଜୁଳି ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ସମସ୍ୟା ଦେଖାଦେଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : May 22, 2023, 4:29 PM IST

ABOUT THE AUTHOR

...view details