ଝାରସୁଗୁଡ଼ା :ବର୍ତ୍ତମାନ ରାଜ୍ୟରେ ଗାଈଗୋରୁଙ୍କ ପାଖରେ ଦେଖାଦେଇଛି ଭେକ୍ଟର ଡିଜିଜ୍ । ରାଜ୍ୟର ୧୦ରୁ ଊର୍ଦ୍ଧ୍ବ ଜିଲ୍ଲାର ଗାଈଗୋରୁଙ୍କ ପାଖରେ ଏହି ଭେକ୍ଟର ଡିଜିଜ ନଜର ଆସିଛି । ଝାରସୁଗୁଡ଼ାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏହି କ୍ରମରେ ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳ ଲଖନପୁର ବ୍ଲକର ବିଭିନ୍ନ ଗାଁ ଗୁଡ଼ିକର ଗାଈଗୋରୁ ଏହାର ଶୀକାର ହୋଇଥିବା ନଜର ଆସିଛି ।
ଏହି ରୋଗ ହେଲେ ଗାଈଗୋରୁଙ୍କ ଦେହରେ ଫୋଟକା ହୋଇ ଘା' ହେଉଥିବା ଲକ୍ଷଣ ଦେଖାଯାଉଛି । ତେବେ ଝାରସୁଗୁଡ଼ା ସିଡିଭିଓଙ୍କ କହିବା ମୁତାବକ ବର୍ତ୍ତମାନ ଜିଲ୍ଲାର ଗାଈଗୋରୁଙ୍କ ସ୍ଥିତି ଠିକ ରହିଥିବା ବେଳେ ସୁରକ୍ଷା ପାଇଁ ଭ୍ୟାକ୍ସିନ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ହଜାର ଭ୍ୟାକ୍ସିନ ଯୋଗାଇ ଦିଆଯାଇଛି ।
କେବଳ ସେତିକି ନୁହେଁ ୫ହଜାର ଭ୍ୟାକ୍ସିନ ସମସ୍ତ ଅଞ୍ଚଳରେ ପଠାଇ ଦିଆଯାଇଛି । ଏକ ସ୍ବତନ୍ତ୍ର ଟିମ ସ୍ଥିତି ନିରୀକ୍ଷଣ କରିବା ପାଇଁ ଫିଲ୍ଡରେ ରହିଛନ୍ତି। ସମସ୍ତ ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଥିବା ସୂଚନା ଦେଇଛନ୍ତି ସିଡିଭିଓ । ତେବେ ସୀମାବର୍ତ୍ତି ଅଞ୍ଚଳରେ ଥିବା ଗାଈଗୋରୁ ଜଙ୍ଗଲରେ ବୁଲୁଥିବା ଯୋଗୁଁ ସ୍ଥାନୀୟ ପ୍ରଶାସନର ସାହାଯ୍ୟ ନେଇ ସମସ୍ତ ଫରେଷ୍ଟ ରେଞ୍ଜ ଅଧିକାରୀଙ୍କୁ ନଜର ରଖିବା ପାଇଁ ସୂଚାଇ ଦିଆଯାଇଥିବା କହିଛନ୍ତି ସିଡିଭିଓ ଡାକ୍ତର ପବିତ୍ର ପାରିଜା।
ଏହାମଧ୍ୟ ପଢ଼ନ୍ତୁ.ଗଜପତିରେ ବ୍ୟାପୁଛି ଚର୍ମବିଣ୍ଡି ରୋଗ, ଚିନ୍ତାରେ ଗୋପାଳକ