ଓଡିଶା

odisha

ETV Bharat / state

ଆୟକର ଫାଙ୍କିବା ପାଇଁ ଝାରସୁଗୁଡାରେ ଲୁଟ ନାଟକ - ଝାରସୁଗୁଡା ଲୁଟ ଅପଡେଟ

ଆୟକର ଫାଙ୍କିବାକୁ ଯାଇ ପୋଲିସକୁ ଭୂଆଁ ବୁଲାଇଛନ୍ତି ଝାରସୁଗୁଡା ବ୍ୟବସାୟୀ । ଅଧିକ ପଢନ୍ତୁ...

jharsuguda latest crime news, loot in jharsuguda update, loot in name of income tax fraud, ଝାରସୁଗୁଡା ଲାଟେଷ୍ଟ ଅପରାଧ ଖବର, ଝାରସୁଗୁଡା ଲୁଟ ଅପଡେଟ, ଆୟକର ଫାଙ୍କି ନାଁରେ ଲୁଟ ନାଟକ
ଆୟକର ଫାଙ୍କି ପାଇଁ ଝାରସୁଗୁଡାରେ ଲୁଟ ନାଟକ

By

Published : Dec 14, 2019, 5:07 AM IST

Updated : Dec 14, 2019, 1:18 PM IST

ଝାରସୁଗୁଡା: ଆୟକର ଫାଙ୍କିବାକୁ ଯାଇ ପୋଲିସକୁ ଭୂଆଁ ବୁଲାଇଛନ୍ତି ଝାରସୁଗୁଡା ବ୍ୟବସାୟୀ । ବ୍ୟବସାୟୀଙ୍କ ଦ୍ବାରା ପ୍ରାୟ 10 ଲକ୍ଷ 45 ହଜାର ଟଙ୍କା ଲୁଟ ଘଟଣା ନେଇ ଅଭିଯୋଗ ହେବା ପରେ ତଦନ୍ତ କରି ଘଟଣା ଉପରୁ ପରଦା ହଟାଇବାରେ ସକ୍ଷମ ହୋଇଛି ଝାଗସୁଗୁଡା ପୋଲିସ । ଯାହା ଅନୁଯାୟୀ ଆୟକର ଫାଙ୍କି ସହ ଅନ୍ୟାନ୍ୟ କାରଣ ପାଇଁ ବ୍ୟବସାୟୀ ଜଣଙ୍କ ଏହିଭଳି ଉଦ୍ୟମ କରିଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ଅଶ୍ବିନୀ କୁମାର ମହାନ୍ତି ।

ସୂଚନା ମୁତାବକ ଗୁରୁବାର ଦିନ 1ଟା 50 ମିନିଟରେ ଝାରସୁଗୁଡା ବାଇପାସ ପାଖରେ ଥିବା ଶଙ୍କର କେଡିଆଙ୍କ ଶ୍ରେୟା ଟ୍ରେଡର୍ସ ଗୋଦାମରେ 2ରୁ 3ଜଣ ଅଜ୍ଞାତ ବନ୍ଧୁକଧାରୀ ଗୋଦାମ ମାଲିକଙ୍କୁ ବନ୍ଧୁକମୁନରେ ଲୁଟ ଉଦ୍ୟମ କରିଥିଲେ । ଏନେଇ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ଜିଲ୍ଲାର ସବୁ ସୀମା ସିଲ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ସମୟରେ ଶଙ୍କର କେଡିଆଙ୍କ ପାଖରେ ମାତ୍ର 24 ହଜାର ଟଙ୍କା ରହିଥିବା ଗୋଦାମ କର୍ମଚାରୀଙ୍କଠାରୁ ଜଣା ପଡିଥିଲା ।

ଆୟକର ଫାଙ୍କି ପାଇଁ ଝାରସୁଗୁଡାରେ ଲୁଟ ନାଟକ

ତେବେ ତଦନ୍ତ ପରେ ଜଣା ପଡିଥିଲା କି ଏହା କୌଣସି ଲୁଟ ନୁହେଁ ବରଂ ଆୟକର ଫାଙ୍କି ସହ ଅନ୍ୟ କିଛି କାରଣ ପାଇଁ ଏହିଭଳି ନାଟକ ରଚନା କରାଯାଇଥିଲା । ଏନେଇ ସମ୍ପୃକ୍ତ ଗୋଦାମ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ଏସପି ଅଶ୍ବିନୀ ମହାନ୍ତି ।

ଝାରସୁଗୁଡା ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 14, 2019, 1:18 PM IST

ABOUT THE AUTHOR

...view details