ଝାରସୁଗୁଡା: ପାର୍କରେ ନିର୍ମାଣ ହେଇଥିବା ପାଚେରୀରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ । ସହରାଞ୍ଚଳ ପରେ ଗ୍ରାମାଞ୍ଚଳରେ ଆମୋଦ ପ୍ରମୋଦ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଝାରସୁଗୁଡାର କଣ୍ଟାପାଲି ଠାରେ ନିର୍ମାଣ ହୋଇଛି ପାର୍କ। ଆରମ୍ଭ ହେବା ପରେ ହିଁ ପାର୍କର ରକ୍ଷଣାବେକ୍ଷଣ ହେଉନଥିବା ସହିତ ପାର୍କରେ ନିର୍ମାଣ ହେଇଥିବା ପାଚେରୀରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।
ଝାରସୁଗୁଡ଼ା କଟାପାଲିସ୍ଥିତ ପାର୍କରେ ଦୁର୍ନୀତି ଅଭିଯୋଗ । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କ୍ଷେତ୍ରରେ ଅନେକ ଯୋଜନା କରିଛନ୍ତି । ଏହା ସହିତ ଗ୍ରାମାଞ୍ଚଳରେ ସରକାର ଅନେକ ବିକାଶମୂଳକ କାର୍ଯ୍ୟ କରୁଥିବା ନଜରକୁ ଆସିଛି । ଗ୍ରାମାଞ୍ଚଳକୁ ସୁନ୍ଦର କରିବା ପାଇଁ ପାର୍କ ନିର୍ମାଣ ତାର ଏକ ଅଂଶ ବିଶେଷ । କଟାପାଲିରେ ରହିଥିବା ଏକ ଆଶ୍ରମକୁ ଜିଲ୍ଲା ପ୍ରଶାସନ ନବୀକରଣ କରି ସୌନ୍ଦର୍ଯୀକରଣ କରିବାର ନିଷ୍ପତି ନେଇ ୧ କୋଟି ବ୍ୟୟ ଅଟକଳରେ ଏକ ପାର୍କ ନିର୍ମାଣ କରିଥିଲେ। ତେବେ ପାର୍କର ରକ୍ଷଣାବେକ୍ଷଣ ଉପରେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ପାର୍କର ରକ୍ଷଣାବେକ୍ଷଣ ଅଭାବରୁ ସେଠାରେ ରହିଥିବା କାନ୍ଥମାନ ଭାଙ୍ଗି ଯାଇଥିବା ଦେଖାଯାଇଛି । ଏହା ସହିତ ପାର୍କର ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ବଡ଼ ବଡ଼ ବୁଦା ହୋଇଥିବା ନଜର ଆସିଛି।