ଓଡିଶା

odisha

ETV Bharat / state

କଙ୍ଗନାଙ୍କ ବିରୋଧରେ ଫେସବୁକରେ ଅଶ୍ଳୀଳ ମନ୍ତବ୍ୟ, ପ୍ରତିବାଦରେ ଗର୍ଜିଲା ବିଜେପି - କଙ୍ଗନାଙ୍କ ଟ୍ବିଟରରେ ଅଶ୍ଳୀଳ ମନ୍ତବ୍ୟ

ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫେସବୁକରେ ଅଶ୍ଳୀଳ ମନ୍ତବ୍ୟ ଏତଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନନେବାରୁ ଜିଲ୍ଲା ବିଜେପି ପକ୍ଷରୁ ସମ୍ପୃକ୍ତ ଓକିଲ ବିରୋଧରେ ଥାନା ଅଭିମୁଖେ ରାଲି କରାଯାଇଛି । ଅଧିକ ପଢନ୍ତୁ...

Kangana's obscene comments on Twitter, BJP rally in Jharsuguda
କଙ୍ଗନାଙ୍କ ଟ୍ବିଟରରେ ଅଶ୍ଳୀଳ ମନ୍ତବ୍ୟ, ଝାରସୁଗୁଡାରେ ବିଜେପି ରାଲି

By

Published : Oct 29, 2020, 4:18 PM IST

Updated : Oct 29, 2020, 8:44 PM IST

ଝାରସୁଗୁଡା: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ, ଓକିଲଙ୍କ ନାଁରେ ଏତଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଜିଲ୍ଲା ବିଜେପି ପକ୍ଷରୁ ସମ୍ପୃକ୍ତ ଓକିଲ ବିରୋଧରେ ଥାନା ଅଭିମୁଖେ ରାଲି କରାଯାଇଛି ।

କଙ୍ଗନାଙ୍କ ଟ୍ବିଟରରେ ଅଶ୍ଳୀଳ ମନ୍ତବ୍ୟ, ଝାରସୁଗୁଡାରେ ବିଜେପି ରାଲି

ଜିଲ୍ଲା ବିଜେପି ପକ୍ଷରୁ ଆଇନଜୀବୀଙ୍କ ତୁରନ୍ତ ଗିରଫ କରିବା ଦାବିର ଗୁରୁବାର ଜିଲ୍ଲା ବିଜେପି ପକ୍ଷରୁ ଏକ ରାଲିରେ ଝାରସୁଗୁଡ଼ା ବିଜେପି କାର୍ଯ୍ୟାଳୟରୁ ବାହାରି ଟାଉନଥାନା ଯାଇ ଦାବିପତ୍ର ଦେଇଛନ୍ତି ।

କଙ୍ଗନାଙ୍କ ଟ୍ବିଟରରେ ଅଶ୍ଳୀଳ ମନ୍ତବ୍ୟ, ଝାରସୁଗୁଡାରେ ବିଜେପି ରାଲି

କଙ୍ଗନା ନବରାତ୍ରି ସମୟରେ ଫେସବୁକରେ କିଛି ଫଟୋ ଛାଡ଼ିଥିବା ବେଳେ ମେହେନ୍ଦୀ ରେଜା ସେଥିରେ ଅଶ୍ଳୀଳ ଟିପ୍ପଣୀ କରିଥିଲେ । ତାଙ୍କର ଏଭଳି ଟିପ୍ପଣୀ ଯୋଗୁଁ ଅଭିନେତ୍ରୀଙ୍କ ଆତ୍ମସମ୍ମାନ ପ୍ରତି ଆଞ୍ଚ ଆସିବା ସହ ହିନ୍ଦୁ ଜନଭାବନା ପ୍ରତି ଆଘାତ ଲାଗିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

କଙ୍ଗନାଙ୍କ ଟ୍ବିଟରରେ ଅଶ୍ଳୀଳ ମନ୍ତବ୍ୟ, ଝାରସୁଗୁଡାରେ ବିଜେପି ରାଲି

ଏଣୁ ମେହେନ୍ଦୀ ରେଜାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 29, 2020, 8:44 PM IST

ABOUT THE AUTHOR

...view details