ଓଡିଶା

odisha

ETV Bharat / state

ସଫଳ ଚାଷୀ ସୁଶାନ୍ତ: ଚାକିରି ପଛରେ ନଧାଇଁ ଆପଣାଇଲେ ଚାଷ - ଚାକିରି ପଛରେ ନଧାଇଁ କରୁଛନ୍ତି ଚାଷ

ଝାରସୁଗୁଡାର ସଫଳ ଚାଷୀ ସୁଶାନ୍ତ ପ୍ରଧାନ । ଲଖନପୁର ବ୍ଲକ ପଞ୍ଚଗାଁର ସୁଶାନ୍ତ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିବାବେଳେ ତାଙ୍କୁ ମିଳି ନଥିଲା ଚାକିରି । ପରେ ଚାଷକାର୍ଯ୍ୟକୁ ଆପଣାଇ ହୋଇପାରିଛନ୍ତି ସଫଳ ଚାଷୀ । ଅଧିକ ପଢନ୍ତୁ...

succesfull farmer susant
ଝାରସୁଗୁଡାର ସଫଳ ଚାଷୀ ସୁଶାନ୍ତ

By

Published : Dec 19, 2019, 7:01 PM IST

ଝାରସୁଗୁଡା: ପରିବା ଚାଷରେ ହସି ଉଠିଛି କ୍ଷେତ । ଭଳିକି ଭଳି ବାଇଗଣ, କଲରା, ଟମାଟୋ, ସିମଲା ମିର୍ଚ୍ଚି, ପୋଟଳ ଆଦି ପନିପରିବାରେ ପୁରିଛି କ୍ଷେତ । ଏପରି ଛଅ ଏକର ଜମିରେ ସୁନା ଫଳାଇଛନ୍ତି ଝାରସୁଗୁଡାର ସଫଳ ଚାଷୀ ସୁଶାନ୍ତ ପ୍ରଧାନ । ଲଖନପୁର ବ୍ଲକ ପଞ୍ଚଗାଁର ସୁଶାନ୍ତ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିବାବେଳେ ତାଙ୍କୁ ମିଳି ନଥିଲା ଚାକିରି । ଶେଷରେ ନିରାଶ ହୋଇ ନିଜ ପୈତୃକ ଚାଷ ଜମିରେ ଆରମ୍ଭ କରିଥିଲେ ଚାଷବାସ । ଆଉ ନିଜେ ସ୍ବାବଲମ୍ବୀ ହେବା ସହ ଗାଁର ଅନ୍ୟ 10 ଜଣଙ୍କୁ ବି ଦେଇ ପାରିଛନ୍ତି ରୋଜଗାର ।

ଝାରସୁଗୁଡାର ସଫଳ ଚାଷୀ ସୁଶାନ୍ତ

ନିଜର ନିଷ୍ଠା ଓ ହାଡଭଙ୍ଗା ପରିଶ୍ରମରେ ଅଢେଇ ଏକର ଜମିରେ ବାଇଗଣ ଓ ବଳକା ସାଢେ 4 ଏକରରେ ଅନ୍ୟାନ୍ୟ ଚାଷ କରିଛନ୍ତି ସୁଶାନ୍ତ । ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ସରକାରଙ୍କ ଉଠାଜଳସେଚନ ଯୋଜନାକୁ କାର୍ଯ୍ୟକାରୀ କରି ବର୍ଷକୁ ପାଖାପାଖି 12-15 ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ସେ । ଯାହାକୁ ଆଖପାଖ ବଜାରରେ ବିକ୍ରି କରିବା ସହ ରାଜ୍ୟ ବାହାରକୁ ମଧ୍ୟ ପଠାଇଥାନ୍ତି ।

ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବା ବେଳେ ଚାକିରି ପଛରେ ଧାଉଁଥିବା ଯୁବପୀଢିଙ୍କ ପାଇଁ ସୁଶାନ୍ତ ଉଦାହରଣ ସାଜିଛନ୍ତି । ଆଧୁନିକ ପ୍ରଣାଳୀରେ ଚାଷକାମ ପାଇଁ ଅନେକ ଅନୁଷ୍ଠାନ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରସଂଶା ଓ ପୁରସ୍କୃତ ହୋଇଛନ୍ତି ସୁଶାନ୍ତ ।

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଶୀତଳ ଭଣ୍ଡାରଟିଏ ନଥିବାରୁ ଅନେକ ଅସୁବିଧା ସାମ୍ନା କରିଥାନ୍ତି ଚାଷୀ । ଏ ଅଞ୍ଚଳରେ ଶୀତଳ ଭଣ୍ଡାରର କରାଗଲେ ଆହୁରି ପରିବା ଚାଷରୁ ଆହୁରି ଲାଭ କରିପାରନ୍ତେ ଏବଂ ଅଞ୍ଚଳରେ ରୋଜଗାର ପାଇଁ ବାଟ ଖୋଳନ୍ତା ବୋଲି କୁହାଯାଉଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details