ଝାରସୁଗୁଡା: ସାରା ଦେଶରେ ଏବେ ଓମିକ୍ରନ ଭୟ (Omicron Fear in Jharsuguda)। ଧୀରେ ଧୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ଅନ୍ୟ କେତେକ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଓଡିଶାରେ ଓମିକ୍ରନ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇନାହାନ୍ତି । ଏହା ଓଡିଶାବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର ଏବଂ ଝାରସୁଗୁଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ କହିଛନ୍ତି ।
Omicron Fear: ଝାରସୁଗୁଡ଼ାକୁ ଓମିକ୍ରନ ଚିନ୍ତା, ହାଇ ଆଲର୍ଟରେ ବିମାନବନ୍ଦର
ଭୁବନେଶ୍ବରକୁ ଅଧିକ ଓମିକ୍ରନ ଭୟ ଥିବାବେଳେ ଝାରସୁଗୁଡାକୁ ମଧ୍ୟ ଭୟ ରହିଛି । ଏନେଇ ଜିଲ୍ଲାର ବିମାନବନ୍ଦରରେ ଯାତ୍ରୀଙ୍କ ତଥ୍ୟ ରଖାଯାଉଛି। ଝାରସୁଗୁଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ
ତେବେ ଭୁବନେଶ୍ବରକୁ ଅଧିକ ଓମିକ୍ରନ ଭୟ ଥିବାବେଳେ ଝାରସୁଗୁଡାକୁ ମଧ୍ୟ ଭୟ ରହିଛି । କାରଣ ଅନେକ ପ୍ରମୁଖ ସହର ସାଙ୍ଗରେ ସିଧାସଳଖ ଆକାଶ ମାର୍ଗରେ ସଂଯୋଗ କରୁଛି ଝାରସୁଗୁଡ଼ା । ପ୍ରତିଦିନ ଯାତ୍ରୀ ଦିଲ୍ଲୀକୁ ଯାଉଛନ୍ତି ଏବଂ ଦିଲ୍ଲୀରୁ ଆସୁଛନ୍ତି ତେଣୁ ବିପଦ ଟିକେ ଅଧିକ ରହିଛି। ତେଣୁ ଏନେଇ ହାଇଆର୍ଲଟରେ ଜିଲ୍ଲାର ବିମାନବନ୍ଦର । ଯେଉଁ ଯାତ୍ରୀମାନେ ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ (Veer Surendra Sai Airport)ରେ ଓହ୍ଲାଉଛନ୍ତି ତାଙ୍କର ସମ୍ପୂର୍ଣ୍ଣ ତଥ୍ୟ ରଖୁଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ଯାତ୍ରୀମାନେ କେଉଁଠୁ ଆସୁଛନ୍ତି ତାଙ୍କର ଥର୍ମାଲ ସ୍କ୍ରିନିଂ ଆଦି କରାଯିବା ପରେ ହିଁ ନିଜ ଘରକୁ ଯାଉଛନ୍ତି । ତେବେ ବିମାନ ବନ୍ଦରକୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସଂଖ୍ୟା କମ ଥିବାରୁ ଓମିକ୍ରନର ଏତେ ବି ଭୟ ନାହିଁ । ଭୟଭୀତ ନ ହୋଇ କୋଭିଡ ନିୟମ ପାଳନ କଲେ ଓମିକ୍ରନର ଚିନ୍ତା ରହିବ ନାହିଁ ବୋଲି ଯାତ୍ରୀ କହିଛନ୍ତି । ତେବେ ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ହାଇ ଆଲର୍ଟରେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ