ଓଡିଶା

odisha

ETV Bharat / state

ଆଜିଠୁ ଝାରସୁଗୁଡାରୁ କୋଲକାତାକୁ ବିମାନସେବା - କୋଲକାତାକୁ ଉଡାଣ ଭରିବ ବିମାନ

ଝାରସୁଗୁଡାରୁ କୋଲକାତାକୁ ଉଡାଣ ଭରିବ ବିମାନ । ଉଡାଣ ଯୋଜାନାରେ କୋଲକାତାକୁ ଉଡିବ ଏଲାଏନ୍ସ ବିମାନ । ଅଧିକ ପଢନ୍ତୁ...

jharsuguda to kolkata flight service
ଝାରସୁଗୁଡାରୁ କୋଲକାତାକୁ ଉଡାଣ ଭରିବ ବିମାନ

By

Published : Jan 27, 2020, 12:44 PM IST

ଝାରସୁଗୁଡା: ଆଜିଠୁ ଝାରସୁଗୁଡାରୁ କୋଲକାତା ଉଡିବ ଏଲାଏନ୍ସ ଏୟାର ବିମାନ । କୋଲକାତାରୁ ଦିନ 11.45ରେ ଛାଡି ଝାରସୁଗୁଡାରେ 01.15ରେ ପହଞ୍ଚିବ। ପୁଣି ଝାରସୁଗୁଡାରୁ 01.45ରେ କୋଲକାତା ଅଭିମୁଖେ ଯିବ ବିମାନ । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡା ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର । ଉଡାନ 3 ଯୋଜନା ମାଧ୍ୟମରେ ଏହି ବିମାନ ଉଡାଣ ଭରିବ ।

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ସ୍ପାଇସ ଜେଟ୍‌ ସଫଳ ହେବା ପରେ ଉଡାନ ୩ ଯୋଜନାରେ ଗତବର୍ଷ ଜୁନ ୬ ତାରିଖରୁ ଏଲାଏନ୍ସ ଏୟାର ପକ୍ଷରୁ ଆରମ୍ଭ ହୋଇଥିଲା ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ବିମାନ ସେବା । ପୂର୍ବରୁ ନୂଆଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ଏଠାରୁ ବିମାନ ଚଳଚଳ ଆରମ୍ଭ ହୋଇଥିଲା । ଆଉ ଏବେ ଉଡାନ ଯୋଜନାରେ ସିଧାସଳଖ କୋଲକାତା ସହ ଯୋଡି ହୋଇଛି ଝାରସୁଗୁଡା ।

ଝାରସୁଗୁଡାରୁ କୋଲକାତାକୁ ଉଡାଣ ଭରିବ ବିମାନ

ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶା ନିର୍ଭରଶୀଳ । ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଯାତ୍ରୀମାନେ ମଧ୍ୟ ଏହାଦ୍ବାରା ସୁଫଳ ପାଇପାରୁଛନ୍ତି । ଆଜିଠାରୁ ଝାରସୁଗୁଡା -କୋଲକାତା ସିଧାସଳଖ ବିମାନ ସେବା ଏଲାଏନ୍ସ ଏୟାର ଆରମ୍ଭ କରୁଥିବା ବେଳେ ୩୧ ଜାନୁଆରୀରୁ ଝାରସୁଗୁଡା -ବାରାଣାସୀ ଭୟା ଭୁବନେଶ୍ବର ଆରମ୍ଭ ହେଉଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ । ଏଥିସହିତ ପୂର୍ବ ସମୟ ସାରଣୀରେ ମଧ୍ୟ ପରିବର୍ତ୍ତନ ହୋଇଛି ।

କୋଲକାତାରୁ ସକାଳ 5 ଟା 50ମିନିଟ ରେ ବାହାରି ଝାରସୁଗୁଡାକୁ 7 ଟା 20 ମିନିଟ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ 7 ଟା 45 ମିନିଟ ବାହାରି ରାୟପୁରକୁ ସକାଳ 8 ଟା 50 ମିନିଟରେ ପହଞ୍ଚିବ । ରାୟପୁରରୁ ସକାଳ 9 ଟା 15 ମିନିଟ ବାହାରି ସକାଳ 10 ତା 20 ମିନିଟରେ ପହଞ୍ଚିବ । ସେହିପରି ଝାରସୁଗୁଡାରୁ 10ଟା 45 ମିନିଟରେ ବାହାରି 11 ଟା 50 ମିନିଟରେ ପହଞ୍ଚିବ । ବହୁ ପ୍ରତୀକ୍ଷିତ ସେକ୍ଟର ଭୁବନେଶ୍ବରରୁ ଦିନ 12 ଟା 15 ମିନିଟରେ ବାହାରି ବାରଣାସୀକୁ ଦିନ 2 ଟା 5 ମିନିଟରେ ପହଞ୍ଚିବ।

ବାରାଣସୀରୁ ଦିନ 2 ଟା 30 ମିନିଟ ବାହାରି ଭୁବନେଶ୍ବରକୁ 4 ଟା 20 ମିନିଟରେ ପହଞ୍ଚିବ । ଭୁବନେଶ୍ବରରୁ 4 ଟା 45 ମିନିଟ ରେ ବାହାରି 5 ଟା 50 ମିନିଟ ପହଞ୍ଚିବ ଏବଂ ଝାରସୁଗୁଡାରୁ ସନ୍ଧ୍ୟା 6 ଟା 15 ମିନିଟରେ ବାହାରି କୋଲକାତାକୁ 7 ଟା 45 ମିନିଟ ପହଞ୍ଚିବ । ପଶ୍ଚିମ ଓଡ଼ିଶାର ଜନ ସାଧାରଣ ପୂର୍ବରୁ ବାରାଣସୀକୁ ଯିବା ପାଇଁ ନୂଆଦିଲ୍ଲୀ ଉପରେ ନିର୍ଭର କରୁଥିବାବେଳେ ମାତ୍ର ତିନି ଘଣ୍ଟା ମଧ୍ୟରେ ପହଞ୍ଚି ପାରିବେ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଝାରସୁଗୁଡା ବିମାନ ବନ୍ଦରରେ ଯାତ୍ରୀଙ୍କ ଅଭିବୃଦ୍ଧି ଆଗକୁ ଦେଶର ପ୍ରମୁଖ ସହରକୁ ବିମାନ ସେବା ପାଇଁ ସୁଯୋଗ ସୃଷ୍ଟି କରିଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details